କଟକ: ଏକ ନାବାଳିକା ଅପହରଣ ଓ ବଳତ୍କାର ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ନିଆଳି ଥାନା ଅଂଚଳର ଦୀପୁ ଓରଫ ଲକ୍ଷ୍ମୀଧର ମହାନ୍ତିିକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତିି । ଏଥିସହିତ ତାକୁ ୧୦ ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ କୋର୍ଟ କହିଛନ୍ତିି । ଜୋରିମାନା ଦାଖଲ ନ କରିପାରିଲେ ଆଉ ଅଧିକ ୬ ମାସ ଜେଲ୍ଦଣ୍ଡ ଭୋଗିବାକୁ ପଡିବ ବୋଲି କୋଟ ସ୍ପଷ୍ଟ କରିଛନ୍ତି । ଏହି ମାମଲାରେ ଅଦାଲତ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତିି । କୋର୍ଟରେ ମାମଲାର ଶୁଣାଣିବେଳେ ୧୬ ଜଣଙ୍କ ସାକ୍ଷ୍ୟଗ୍ରହଣ କରାଯାଇଥିଲା ।
ତେବେ ଏହି ଘଟଣାରେ ସଂପୃକ୍ତ ଥିବା ୩ ଫେରାର୍ ଆସାମୀଙ୍କ ବିରୋଧରେ ଆଜି କୋର୍ଟ ୱାଂରେଟ୍ ଜାରି କରିଛନ୍ତିି । ୨୦୧୭ ମସିହା ମାର୍ଚ୍ଚ ୧୦ ତାରିଖରେ ଦୀପୁ ଜଣେ ୧୬ ବର୍ଷିୟା ନାବାଳିକାକୁ ଅପହରଣ କରି ବଳତ୍କାର କରିଥିଲା । ଏ ନେଇ ନିଆଳି ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହେବାପରେ ପୁଲିସ ଏତଲା ରୁଜୁ କରି ତଦନ୍ତ କରି ଦୀପୁକୁ ଗିରଫ କରିଥିଲା । ୨୦୧୭ ମସିହା ଜୁଲାଇ ୧୩ ତାରିଖରେ ପୁଲିସ୍ ଅଭିଯୁକ୍ତ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା ବେଳେ ୨୦୧୮ ମସିହା ଫେବୃୟାରୀ ୧୮ ତାରିଖରେ କୋର୍ଟରେ ଚାର୍ଜଫ୍ରେମ୍ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରମୋଶ ଚନ୍ଦ୍ର ମହାନ୍ତିି ପରିଚାଳନା କରୁଥିଲେ ।