ମୁମ୍ବାଇ: ଏକ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ‘ଦି କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ନିକଟରେ ଏକ ସାକ୍ଷାତକାର ଦେବା ଅବସରରେ ବିବେକ କହିଥିଲେ ଯେ ‘ଭୋପାଳୀ’ଙ୍କୁ ସାଧାରଣତଃ ସମଲିଙ୍ଗୀ ବୋଲି ବିବେଚନା କରାଯାଇଥାଏ । ସୋସିଆଲ ମିଡିଆରେ ଏହା ଭାଇରାଲ ହେବାପରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ନିବାସୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କାରଣ ଭୋପାଳ ନିବାସୀଙ୍କୁ ‘ଭୋପାଳୀ’ ବୋଲି ସମ୍ବୋଧନ କରାଯାଇଥାଏ । ତେଣୁ ରୋହିତ ପାଣ୍ଡେ ନାମକ ଜଣେ ବ୍ୟକ୍ତି (ଭୋପାଳ ନିବାସୀ) ବିବେକଙ୍କ ବିରୋଧରେ ମୁମ୍ବାଇର ଭର୍ସୋଭା ଥାନାରେ ଏତଲା ଦାଏର କରିଛନ୍ତି ।