29.1 C
Bhubaneswar
Wednesday, July 3, 2024
Homeଅପରାଧଯୁବତୀଙ୍କୁ କାଟି ଖଣ୍ଡଖଣ୍ଡ କରିଦେଲା କାଠ କାରିଗର

ଯୁବତୀଙ୍କୁ କାଟି ଖଣ୍ଡଖଣ୍ଡ କରିଦେଲା କାଠ କାରିଗର

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ୩୦ ବର୍ଷୀୟା ଯୁବତୀଙ୍କୁ ନିର୍ମମ ହତ୍ୟା । ହତ୍ୟା କରିବା ପରେ ଯୁବତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗିଦେଲା କାଠ କାରିଗର । କାଶ୍ମୀରର ବୁଡଗାମ ଜିଲ୍ଲା ସୋଇବୁଗ ଅଞ୍ଚଳରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବତୀ ୪ ଦିନ ହେଲା ନିଖୋଜ ଥିଲେ । ଗତକାଲି ପୋଲିସ ଓମପୋରା ରେଳ ବ୍ରିଜ ନିକଟରୁ ତାଙ୍କର କଟା ମୁଣ୍ଡ ଏବଂ ଶରୀରର ଅନ୍ୟ କିଛି ଅଂଶ ଉଦ୍ଧାର କରିଥିଲା । ବିଭିନ୍ନ ସ୍ଥାନରେ ଛାନଭିନ୍ କରାଯାଇ ରାତିସୁଦ୍ଧା ମୃତକଙ୍କ ଶରୀରର ସମସ୍ତ କଟା ଅଂଶ ଉଦ୍ଧାର କରିବା ସହ ଅଭିଯୁକ୍ତ କାଠ କାରିଗରକୁ ଗିରଫ କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ଅଭିଯୁକ୍ତ ହେଉଛି ବୁଡଗାମ ଅଞ୍ଚଳରେ ଅବଦୁଲ ଅଜିଜ୍ ୱାନିଙ୍କ ୪୫ ବର୍ଷୀୟ ପୁଅ ସାବିର ଅହମ୍ମଦ ୱାନି । ସେ ପେଶାରେ ଜଣେ କାଠ କାରିଗର । ସୂଚନା ଅନୁଯାୟୀ, ଗତ ୮ ତାରିଖ ଦିନ ତନବୀର ଅହମ୍ମଦ ଖାନ ନାମକ ଜଣେ ଯୁବତୀ ତାଙ୍କ ଭଉଣୀଙ୍କ ନିଖୋଜ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ।

ମାର୍ଚ୍ଚ ୭ ତାରିଖରେ ତାଙ୍କର ଭଉଣୀ କୋଚିଂ କ୍ଲାସ ପାଇଁ ଘରୁ ବାହାରି ଥିଲେ । ହେଲେ ଆଉ ଘରକୁ ଫେରି ନଥିବା କହିଥିଲେ । ଏନେଇ ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୋଲିସ ସାବିର ଅହମ୍ମଦ ୱାନି ଓ ତାଙ୍କ ବାପାଙ୍କୁ ପଚରାଉଚରା କରିଥିଲା । ପଚରାଉଚରା ବେଳେ ସାବିର ଯୁବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ସେ ଯୁବତୀଙ୍କ ନିଜ ଘରେ ହତ୍ୟା କରିବା ପରେ କାଟି ଖଣ୍ଡ ଖଣ୍ଡ କରିଦେଇଥିଲା । ଅପରାଧ ଲୁଚାଇବାକୁ ବିଭିନ୍ନ ସ୍ଥାନରେ ଶରୀରର କଟା ଅଂଶକୁ ଫିଙ୍ଗି ଥିଲା । ଏହାପରେ ପୋଲିସ ପ୍ରଥମେ ଓମପୋର ରେଳ ବ୍ରିଜ ନିକଟରୁ ନିଖୋଜ ଯୁବତୀଙ୍କ କଟା ମୁଣ୍ଡ ଓ ଆଉ କିଛି ଅଂଶ ଠାବ କରିଥିଲା । ଗତକାଲି ରାତି ମଧ୍ୟରେ ବିଭିନ୍ନ ସ୍ଥାନରୁ ଶରୀରର ବାକି ଅଂଶଗୁଡିକୁ ପୋଲିସ ଜବତ କରିଛି । ତେବେ ଅଭିଯୁକ୍ତ କାଠ କାରିଗର ଜଣକ କାହିଁକି ଯୁବତୀଙ୍କ ହତ୍ୟା କଲା ସେନେଇ କୌଣସି ସୂଚନା ମିଳି ନାହିଁ । ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking