31.1 C
Bhubaneswar
Sunday, September 22, 2024
Homeଓଡିଶାଟ୍ରକ ଧକ୍କାରେ ହୁତହୁତ ହୋଇ ଜଳିଗଲା କାର

ଟ୍ରକ ଧକ୍କାରେ ହୁତହୁତ ହୋଇ ଜଳିଗଲା କାର

ଜାଗମରା : ଟ୍ରକ ଧକ୍କାରେ ଜଳିଗଲା କାର। ଗତକାଲି ବିଳମ୍ବିତ ରାତିରେ ଜାଗମରା ଅଞ୍ଚଳର ବିଶ୍ୱଜିତ ସିତାର କାମ ସାରି କଟକରୁ ଘରକୁ ଫେରୁଥିଲେ।  ସେ ଫାୟାର ଷ୍ଟେସନ ଓଭରବ୍ରିଜରୁ ଗଡ଼ିବା ବେଳେ ପଛପଟୁ ଏକ ଟ୍ରକଟି ଖୁବ ଜୋରେ ଧକ୍କା ଦେଇଥିଲା। ଏହାଫଳରେ କାରଟି ଭାରସାମ୍ୟ ହରାଇ ରାସ୍ତାର ବାମ ପାଶ୍ୱର୍କୁ ଚାଲିଯିବା ସହ କାରରେ ନିଆଁ ଲାଗିଯାଇଥିଲା। ଟ୍ରକ୍ଟି ଧକ୍କା ଦେବା ଫଳରେ ବିଶ୍ୱଜିତଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। କାରକୁ ଧକ୍କା ଦେଇ ଟ୍ରକ ଧରି ଟ୍ରକ ଚାଳକ ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଁଚି ଜଳନ୍ତା ଗାଡ଼ିକୁ ହଟାଇବା ସହ ଆହତ ଗାଡି ଚାଳକଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରିଛି। ବାରମ୍ବାର ସଡକ ଦୁର୍ଘଟଣା ବଢ଼ିବାରେ ଲାଗିଛି ଯାହାଫଳରେ ଅନେକ ନିରୀହ ଜୀବନ ଚାଲିଯାଉଛି। ତେବେ ଘଟିଥିବା ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ ଜାଳି ଯାଇଛି କିନ୍ତୁ ଏଥିରେ କାହାର ମୃତ୍ୟୁ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking