33.1 C
Bhubaneswar
Wednesday, October 16, 2024
Homeଓଡିଶାପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌

ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌

ସୁନ୍ଦରଗଡ଼  : ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗମଲେଇ ସାପ୍ତାହିକ ବଜାର ନିକଟରେ ଅଘଟଣ । ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଲେ ରାଉରକେଲାର ବ୍ୟବସାୟୀ ପ୍ରଦୀପ ନାଏକ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗମଲେଇ ସାପ୍ତାହିକ ବଜାର ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ପ୍ରଦୀପ ନାଏକ ନାମକ ଜଣେ ପରିବା ବ୍ୟବସାୟୀ ଗମଲେଇ ସାପ୍ତାହିକ ବଜାରକୁ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ତାଙ୍କ ଉପରେ ଚଢିଯାଇଥିଲା । ଫଳରେ ସେ ଘଟମାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଲହୁଣୀପଡ଼ା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥ୍ଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରି ବ୍ୟଟଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking