33.1 C
Bhubaneswar
Monday, June 24, 2024
Homeଦେଶ ବିଦେଶବେଦୀ ଉପରୁ ବରକୁ ଖାଲି ହାତରେ ଫେରାଇ ଦେଲେ କନିଆଁ କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ବେଦୀ ଉପରୁ ବରକୁ ଖାଲି ହାତରେ ଫେରାଇ ଦେଲେ କନିଆଁ କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଔରିୟାରେ ଘଟିଛି ଅଭବନୀୟ ଘଟଣା। ବେଦୀ ଉପରେ ବରକୁ ଖାଲି ହାତରେ ଫେରାଇ ଦେଲେ କନିଆଁ। ସୂଚନା ଅନୁସାରେ, ଔରିୟା ଜିଲ୍ଲୀର ବିଧୁନା ଅଞ୍ଚଳର ଜଣେ ଯୁବତୀଙ୍କର ନିକଟସ୍ଥ ରାମପୁର ଗାଁରେ ଜଣେ ଯୁବକଙ୍କ ସହ ବାହାଘର ଠିକ୍ ହୋଇଥିଲା। ପୂର୍ବ ପ୍ରସ୍ତୁତି ଅନୁସାରେ, ବର ଯାଇ କନିଆଁ ଘରେ ପହଞ୍ଚି ଥିଲେ। ବନ୍ଧୁ-ବାନ୍ଧବ, ସାହି-ପଡ଼ିଶାଙ୍କ ଉପସ୍ଥିତିରେ ବାହାଘର ଚାଲିଥିଲା। କିନ୍ତୁ ହଠାତ୍ ବାହା ହେବାକୁ ମନା କରିଦେଇଥିଲେ କନିଆଁ। ବର ଟଙ୍କା ଗଣିନପାରିବାରୁ କନିଆଁ ତାଙ୍କୁ ବାହା ହେବାକୁ ମନାକରି ଦେଇଛନ୍ତି। ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, ବର ୨୦ ଟଙ୍କିଆ ନୋଟ୍ ମଧ୍ୟ ଚିହ୍ନି ପାରିନଥିଲେ। ଫଳରେ ବର ପାଠ ପଢିନଥିବା କିମ୍ବା ଅନ୍ୟାନ୍ୟ କିଛି ସମସ୍ୟା ସନ୍ଦେହ କରି ବେଦୀ ଉପରୁ ଫେରାଇ ଦେଇଛନ୍ତି କନିଆଁ। ପରିବାର ଲୋକ ଯେତେ ବୁଝାସୁଝା କରିଥିଲେ ମଧ୍ୟ କିନିଆଁ ମାନିନଥିଲେ। ଏହା ପରେ ଝିଅ ଏବଂ ପୁଅ ଘର ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। କନିଆଁକୁ ମନାଇବା ପାଇଁ ବହୁ ଚେଷ୍ଟା କରାଯାଇଥିଲା। କିନ୍ତୁ ସେ ଉକ୍ତ ବରକୁ ବିବାହ କରିପାରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଥିଲେ। ଫଳରେ ବର ପକ୍ଷ ଖାଲି ହାତରେ ଫେରି ଯାଇଛନ୍ତି। କନିଆଁର ଭାଇ କହିଛନ୍ତି ଯେ, ବରକୁ ଟଙ୍କା ଗଣିବାକୁ କୁହାଯିବାରୁ ଗଣିପାରିନଥିଲେ। ଏପରିକି ୧୦୦ ଟଙ୍କା ମଧ୍ୟ ଗଣିପାରି ନଥିଲେ କି ୨୦ ଟଙ୍କିଆ ନୋଟ୍ କେଉଁଟା ଚିହ୍ନିପାରି ନଥିଲେ। ଏଥିପାଇଁ ଆମର ତାଙ୍କ ଉପରେ ସନ୍ଦେହ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking