32.1 C
Bhubaneswar
Saturday, June 22, 2024
Homeଅପରାଧଚଳନ୍ତା ଗାଡ଼ିରୁ ପ୍ରେମିକାକୁ ଠେଲିଦେଲା ପ୍ରେମିକ

ଚଳନ୍ତା ଗାଡ଼ିରୁ ପ୍ରେମିକାକୁ ଠେଲିଦେଲା ପ୍ରେମିକ

ପାଟନା: ଚଳନ୍ତା ଗାଡ଼ିରୁ ପ୍ରେମିକାକୁ ଠେଲି ପ୍ରେମିକ ଫେରାର । ଗୁରୁତର ଅବସ୍ଥାରେ ନାବାଳିକା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏପରି ଅଭାବନୀୟ ଘଟଣା ଘଟିଛି ବିହାରର ମୁଜାଫରପୁର ବସଷ୍ଟାଣ୍ଡ ନିକଟରେ । ଏଭଳି ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା । ହେଲେ କୌଶଳକ୍ରମେ ପ୍ରେମିକ ସେଠାରୁ ଫେରାର ହୋଇଯାଇଥିବାବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଚେତା ଫେରି ଆସିବା ପରେ ନାବାଳିକାର ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ପୀଡିତାଙ୍କ କହିବା ଅନୁସାରେ, ୩ ବର୍ଷ ପୂର୍ବେ ତାଙ୍କର ସୀତାମାରହିର ଜଣେ ଯୁବକଙ୍କ ସହ ଫେସବୁକରେ ବନ୍ଧୁତା ହୋଇଥିଲା ।

ଉଭୟଙ୍କ ବନ୍ଧୁତା ଧୀରେଧୀରେ ପ୍ରେମରେ ପରିଣତ ହୋଇଥିଲା । ତେବେ ଯୁବକ ଜଣକ ପ୍ରେମିକାକୁ ବିବାହ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏନେଇ ଝିଅ ଘର ଲୋକେ ଖବର ପାଇଥିଲେ । ଆଉ ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ ଝିଅର ପରିବାର । ତେବେ ପରିବାର ସଦସ୍ୟଙ୍କୁ ମନାଇବା ପରେ ସେ ନିଜ ପ୍ରେମିକକୁ ଦେଖା ହେବା ପାଇଁ ଯୁବତୀ ଜଣକ ପାଟନା ଯାଇଥିଲେ । ଗତ ୩ ବର୍ଷ ଧରି ଦୁହେଁ ପାଟନାରେ ଏକାଠି ରହୁଥିଲେ । ହେଲେ କିଛି ଦିନ ପୂର୍ବରୁ ନାବାଳିକା ଜଣକ ଜାଣିବାକୁ ପାଇଥିଲେ ଯେ ତାଙ୍କ ପ୍ରେମିକ ତାଙ୍କୁ ପ୍ରତାରଣା କରୁଛନ୍ତି । ଏପରିକି ଫେସବୁକ୍ ମାଧ୍ୟମରେ ଅନେକ ଝିଅଙ୍କ ସହ ତାଙ୍କର ସମ୍ବନ୍ଧ ରହିଛି । ସେ ଏ ବିଷୟରେ ଜାଣିବା ପରେ ପ୍ରେମିକଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ ।

ଆଉ ଧୀରେଧୀରେ ଉଭୟଙ୍କ ସମ୍ପର୍କରେ ଫାଟ ଦେଖା ଦେଇଥିଲା । ଏହି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା । ଯାହାକୁ ନେଇ ଯୁବକ ଜଣକ ପ୍ରେମିକାଙ୍କୁ ମାରପିଟ୍ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେବେ ନାବାଳିକା ଜଣକ ଏହି ଆକ୍ରମଣକୁ ବିରୋଧ କରିବା ପରେ ଯୁବକ ଜଣକ କିଛି ଦିନ ପାଇଁ ଶାନ୍ତ ହୋଇଥିଲେ । ହେଲେ ଯୁବକ ଜଣକ ନିଜ ପିତାଙ୍କ ଅସୁସ୍ଥତା ଦର୍ଶାଇବା ପରେ ସୀତାମାରହି ବାହାରି ଯାଇଥିଲେ ସଂପୃକ୍ତ ପ୍ରେମୀ ଯୁଗଳ । ଉଭୟ ପ୍ରେମୀ ଯୁଗଳ ପାଟନା ଠାରୁ ସୀତାମାରି ଯାଉଥିଲେ । ଏହି ସମୟରେ ସରକାରୀ ବସ ଷ୍ଟାଣ୍ଡ ନିକଟରେ ଚଳନ୍ତା ଗାଡିରୁ ଠେଲି ଦେଇ ପ୍ରେମିକ ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସେଠାରେ ଉପସ୍ଥିତ ଥିବା ସ୍ତାନୀୟ ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking