27.1 C
Bhubaneswar
Saturday, July 6, 2024
Homeଅପରାଧପ୍ରେମିକାକୁ ନିଜ ହେପାଜତକୁ ନେବାକୁ ପ୍ରେମିକ ଦାବି କରିଥିଲେ; ଗୁଜରାଟ ହାଇକୋର୍ଟ ଶୁଣାଇଲେ ଏଭଳି ରାୟ....

ପ୍ରେମିକାକୁ ନିଜ ହେପାଜତକୁ ନେବାକୁ ପ୍ରେମିକ ଦାବି କରିଥିଲେ; ଗୁଜରାଟ ହାଇକୋର୍ଟ ଶୁଣାଇଲେ ଏଭଳି ରାୟ….

ଅହମ୍ମଦାବାଦ୍‌: ପ୍ରେମିକାକୁ ନିଜ ହେପାଜତକୁ ନେବାକୁ ଦାବି କରି ଗୁଜରାଟ ହାଇକୋର୍ଟରେ ମାମଲା ରୁଜୁ କରିଥିବା ପ୍ରେମିକଙ୍କ ଉପରେ ୫ ହଜାର ଟଙ୍କା ଜୋରିମାନା କରାଯାଇଛି । ଗୁଜରାଟ ବାନସକଣ୍ଠ ଜିଲା ବାସିନ୍ଦା ଜଣେ ବ୍ୟକ୍ତି ଗୁଜରାଟ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଏଥିରେ ସେ ଦର୍ଶାଇଥିଲେ ଜଣେ ଯୁବତୀଙ୍କୁ ସେ ପ୍ରେମ କରୁଥିଲେ । ତେବେ ଘଟଣାଚକ୍ରରେ ସମ୍ପୃକ୍ତ ଯୁବତୀଙ୍କ ବିବାହ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା । ତେବେ ବିବାହ କରିଥିବା ବ୍ୟକ୍ତିଙ୍କ ସହ ଯୁବତୀଙ୍କ ସମ୍ପର୍କ ଭଲ ରହିଲା ନାହିଁ । ଫଳରେ ଯୁବତୀଜଣକ ଶାଶୂଘର ଛାଡ଼ି ବାପାଘରକୁ ଫେରି ଆସିଥିଲେ । କିଛିଦିନ ପରେ ଯୁବତୀଜଣକ ତାଙ୍କ ସହ ରହିବା ଆରମ୍ଭ କରି ଦେଇଥିଲେ ।

ଏକତ୍ର ରହିବା ପାଇଁ ଯୁବତୀଜଣକ ତାଙ୍କ ସହ ଏକ ଚୁକ୍ତି କରିଥିଲେ । କିଛିଦିନ ରହିବା ପରେ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଜୋର ଜବରଦସ୍ତ ସ୍ୱାମୀଙ୍କ ନିକଟକୁ ନେଇ ଯାଇଥିଲେ । ଯୁବତୀଜଣଙ୍କୁ ତାଙ୍କ ସ୍ୱାମୀ ବନ୍ଦୀ କରି ରଖିଥିବାରୁ ତାଙ୍କୁ ନିଜ ହେପାଜତକୁ ନେବାକୁ ପ୍ରେମିକଜଣକ ହାଇକୋର୍ଟରେ ଆବେଦନ କରିଥିଲେ । ପ୍ରେମିକଙ୍କ ଆବେଦନକୁ ସରକାରୀ ଓକିଲଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ଭିଏମ୍ ପାଞ୍ଚୋଲି ଓ ଏଚ୍‌.ଏମ୍ ପ୍ରଚକଙ୍କ ପୀଠ ଦର୍ଶାଇଥିଲେ ମାମଲା ରୁଜୁ କରିଥିବା ପ୍ରେମିକଙ୍କ ସହ ଯୁବତୀଙ୍କ ବିବାହ ହୋଇ ନାହିଁ । ସଂପୃକ୍ତ ଯୁବତୀଜଣକ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ପ୍ରଦାନ କରି ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ ଯୁବତୀଙ୍କୁ ତାଙ୍କ ସ୍ୱାମୀ ବନ୍ଦୀ କରି ରଖିଥିବା ଆବେନକାରୀ ଯୁବକ ଦର୍ଶାଇବା ଭୁଲ୍ । କେବଳ ଏକ ଚୁକ୍ତି ଆଧାରରେ ଜଣେ ବିବାହିତାଙ୍କୁ ନିଜ ହେପାଜତକୁ ନେବାକୁ ଯୁବକ ଦାବି କରିପାରିବେ ନାହିଁ । ହାଇକୋର୍ଟଙ୍କ ପୀଠ ମାମଲାକୁ ଖାରଜ କରି ଜୋରିମାନା ବାବଦରେ ୫ ହଜାର ଟଙ୍କା ପ୍ରଦାନ ପାଇଁ ଯୁବକଙ୍କୁ ନିର୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking