ଡେଲାଙ୍ଗ : ହରିରାଜପୁର ଫାଣ୍ଡି ଅଞ୍ଚଳ ବରପଦା ଗ୍ରାମ୍ୟ ଶ୍ମାଶାନ ସନ୍ନିକଟ ଏକ ପଥର ଖଣିରୁ ଯୁବକଙ୍କ ଗଳିତ ମୃତଦେହ ଡେଲାଙ୍ଗ ପୁଲିସ ଉଦ୍ଧାର କରିଛି । ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ମୁତାବକ ଏକ ହତ୍ୟା ମମଲା ରୁଜୁ କରାଯାଇଛି । ମୃତକ ବିଭୂତି ଭୂଷଣ ମହାପାତ୍ରଙ୍କ ଘର ସତ୍ୟବାଦୀ ଅଞ୍ଚଳରେ ହୋଇଥିବା ବେଳେ ସେ ଅନେକ ଦିନ ହେଲା ତାଙ୍କ ମାଉସୀଙ୍କ ପୋଷ୍ୟପୁତ୍ର ହୋଇ ବରପଦାରେ ରହିଆସୁଥିଲେ । ଗତ ୧ ତାରିଖ ସନ୍ଧ୍ୟା ୫ଟା ସମୟରେ ବଜାର ଯିବାକୁ ଘରେ କହି ଆସି ଆଉ ଘରକୁ ଫେରିନଥିଲେ । ତାଙ୍କର ମଉସା ପ୍ରତାପ ଡେଙ୍ଗ ଗତ ୨ ତାରିଖ ଦିନ ସକାଳୁ ଅନେକ ଖୋଜା ଖୋଜି କରି ନପାଇ ଗତ ୩ ତାରିଖରେ ଡେଲାଙ୍ଗ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ।
୪ ତାରିଖ ସନ୍ଧ୍ୟା ସମୟରେ ବରପଦା ନିକଟସ୍ଥ ଖଣି ଭିତରେ ଜଣେ ଯୁବକଙ୍କ ଗଳିତ ମୃତଦେହ ଏକ ଗଛରେ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ । ହରିରାଜପୁର ଫାଣ୍ଡି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ôଚ ରାତି ତମାମ ଶବକୁ ଜଗି ରହିଥିଲା । ଆଜି ସକାଳୁ ବିଭୂତିଙ୍କ ଗଳିତ ଶବକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବିଭୁତି ବିବାହ କରିଥିବା ବେଳେ ଅନ୍ୟତ୍ର ପ୍ରେମ ସମ୍ପର୍କ ରହିଥିଲା । ଏ ନେଇ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ।