26.1 C
Bhubaneswar
Saturday, October 19, 2024
Homeଓଡିଶାବିଲରୁ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର

ବିଲରୁ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଥାନା ଅଧୀନ ମକାରଝୋଳ ଗ୍ରାମ ନୁଆ ସାରୁ ନିକଟସ୍ଥ ଏକ ବିଲ ମଧ୍ୟରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଆଜି ମୃତ ମହିଳାଙ୍କ ଶବ ପଡିଥିବା ସ୍ଥାନର ମାତ୍ର କିଛି ଦୂରରେ କାମ କରୁଥିବା ଶ୍ରମିକମାନେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ମୃତଦେହ ଦେଖି ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା ।

ପରେ ମକରଝୋଳ ସରପଞ୍ଚ ହିଞ୍ଜିଳି ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ହିଞ୍ଜିଳି ପୁଲିସ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ମୃତ ଦେହର ଛାତି ପାଖରେ ଆଘାତ ଚିହ୍ନ ଓ ମୁହଁ ପାଖରେ କ୍ଷତାକ୍ତ ଚିହ୍ନ ରହିଛି । ଶରୀର ବିଭନ୍ନ ସ୍ଥାନରୁ ପ୍ରବଳ ରକ୍ତ ବୋହୁଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ହତ୍ୟାଜନିତ କାଣ୍ଡ ବୋଲି ଆଶଙ୍କା କରାଯାଉଛି । ତେବେ କିଭଳି ଆଉ କେଉଁ ପରିସ୍ଥିତିରେ ଅପରିଚିତ ମହିଳାଙ୍କ ମୁତୁୁ୍ୟ ହୋଇଛି ତାହାର ତଦନ୍ତ କରୁଛି ପୁଲିସ ।

ହିଞ୍ଜିଳି ଥାନାରେ ଏନେଇ ଏକ ହତ୍ୟା ମାମଲା ରୁଜୁ କରିଛି ପୁଲିସ୍ । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହ ପହଞ୍ôଚ ତଦନ୍ତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ସୂଚନା ମିଳିଛି । ଏବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking