18.1 C
Bhubaneswar
Saturday, November 23, 2024
Homeଓଡିଶାପଥରଖଣିରେ ଜମିଥିବା ପାଣିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ପଥରଖଣିରେ ଜମିଥିବା ପାଣିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନୟାଗଡ଼: ଓଡ଼ଗାଁ ଥାନା ଅଧୀନ କୋମଣ୍ଡ ପଞ୍ଚାୟତ ମକରପଦା କଲେଜ ପଛପଟ ଏକ ପଥରଖଣିରେ ଜମିଥିବା ପାଣିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ବାପା ପାଣିରୁ ଶବ ବାହାରକରି ସାଇକେଲରେ ଶବଦାହ ନିମନ୍ତେ ନେଉଥିବା ବେଳେ ଓଡ଼ଗାଁ ପୁଲିସ ପହଞ୍ଚି ଶବକୁ ଜବତ କରିଛି । ଝିଅ ଦୁଇ ଦିନ ହେଲା ନିଖୋଜ ଥିବା ବେଳେ ବାପା କାହିଁକି ଥାନାରେ ଅଭିଯୋଗ କରିନଥିଲେ ବୋଲି ଗ୍ରାମବାସୀ ସନ୍ଦେହ କରିଛନ୍ତି । ସୂଚନା ମୁତାବକ ଗ୍ରାମର ବାବୁଲା ବେହେରାଙ୍କ ନିର୍ଯାତନା ସହିନପାରି ତାଙ୍କ ସ୍ତ୍ରୀ କିଛି ଦିନହେବ ବାପଘରେ ଯାଇ ରହୁଛନ୍ତି । ତାଙ୍କ ପାଖରେ ଝିଅ ରଶ୍ମିତା ବେହେରା (୧୯) ରହୁଥିବା ବେଳେ ଗତ ବୁଧବାର ସକାଳ ୮ଟା ସମୟରୁ ଘରୁ କୁଆଡେ ନିଖୋଜ ହୋଇଯାଇଥିଲେ ।

ଆଜି ସକାଳୁ ବାବୁଲା ସିଧା ପଥରଖଣିରେ ପହଞ୍ôଚ ରଶ୍ମିତାଙ୍କ ମୃତଦେହକୁ ବାହାର କରି ସାଇକେଲ ଯୋଗେ ଶବଦାହ କରିବାକୁ ନେଉଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ôଚô ଶବକୁ ଜବତକରି ବ୍ୟବଚ୍ଛେଦ ପାଇଁ ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଏସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବବୋଲି ଆଦର୍ଶଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ କହିଛନ୍ତି । ଝିଅ ନିଖୋଜ ଜାଣିବା ପରେ ବାପା କାହିଁକି କାହାକୁ ଜଣାଇନଥିଲେ । ଆଜି ଏକାଏକା ପଥରଖଣିରୁ ମୃତଦେହ ବାହାରକରି ଶବସତ୍କାର କରିବାକୁ କାହିଁକି ନେଉଥିଲେ । ଏହା ପଛରେ କିକାରଣ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଘଟଣା ଉପରୁ ପରଦା ହଟେଇବାକୁ ସ୍ଥାନୀୟ ଲୋକେ ପୁଲିସ ପାଖରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking