ଅନୁଗୁଳ : ଅନୁଗୁଳରେ ଚାଞ୍ଚଲ୍ୟ । କୂଅରୁ ଉଦ୍ଧାର ହୋଇଛି ୩ ମାସର ଯାଆଁଳ ଶିଶୁର ମୃତଦେହ । ଅନୁଗୁଳ ବସଲା ପଞ୍ଚାୟତ ମୁଣ୍ଡାଢିପ ସାହିରେ ଏହି ଘଟଣା ଘଟିଛି । ମୁଣ୍ଡାଢିପ ସାହିର ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଘର ପଛପଟ କୂଅ ଭିତରେ ଠାବ ହୋଇଛି ।
ସୂଚନା ଅନୁସାରେ, ତପସ୍ୱୀନି କୌଣସି କାମରେ ପଡିଶା ଘରକୁ ଯାଇଥିଲେ । କିଛି ସମୟ ପରେ ଆସି ଦେଖିଲାବେଳେ ଦୁଇ ଶିଶୁ ନଥିଲେ । ପରେ ଏନେଇ ଖୋଜାଖୋଜି କରିବା ପରେ ଘର ପଛ କୂଅ ଭିତରେ ଜଣେ ଶିଶୁର ମୃତଦେହ ଭାସୁଥିଲା । ପରେ ସେହି କୂଅ ଭିତରୁ ଅନ୍ୟ ଜଣେ ଶିଶୁର ମୃତଦେହ ମିଳିଥିଲା । ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେଣୁ ସଂପୃକ୍ତ ଦୁଇ ଶିଶୁଙ୍କୁ ହତ୍ୟା ପରେ କୂଅରେ ପିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି ।