36.1 C
Bhubaneswar
Thursday, March 5, 2026
Homeଓଡିଶାକ୍ୱାର୍ଟର୍ସରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କ୍ୱାର୍ଟର୍ସରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କଟକ : କ୍ୱାର୍ଟର୍ସରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଟାଙ୍ଗୀ ସରକାରୀ ପ୍ରାଣୀ ଚିକିତ୍ସାଳୟ ଏଭଳି ଘଟଣା ଘଟିଛି । ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ଅଡ଼ସପୁର ଥାନା ଉତ୍ତାରଣ ଗ୍ରାମର ଟିଟୁ ପାତ୍ର। ସେ ପ୍ରାଣୀ ଚିକିତ୍ସାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଆଜକୁ ୬ବର୍ଷ ଧରି କାମ କରିଆସୁଥିଲେ। ଟିଟୁ ପ୍ରତିଦିନ ସକାଳୁ ଅଫିସ୍ ଖୋଲିଥାନ୍ତି। ହେଲେ ଗତକାଲି ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅଫିସ ଖୋଲି ନଥିଲେ। ଏଥିପାଇଁ ସହକର୍ମୀ ଯାଇ ଟୁଟଙ୍କ କବାଟ ବାଡ଼େଇ ଥିଲେ। ହେଲେ ଟୁଟୁ କବାଟ ଖୋଲି ନଥିଲେ। ଏନେଇ ଟୁଟୁଙ୍କ ସହକର୍ମୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ତାଡ଼ି ଟୁଟୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ। ଟୁଟୁଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking