30.1 C
Bhubaneswar
Saturday, July 6, 2024
Homeଦେଶ ବିଦେଶମାଳଦ୍ୱୀପରୁ ଫେରିଲା ୮ ଭାରତୀୟଙ୍କ ମୃତଦେହ

ମାଳଦ୍ୱୀପରୁ ଫେରିଲା ୮ ଭାରତୀୟଙ୍କ ମୃତଦେହ

ମାଲେ: ମାଳଦ୍ୱୀପର ରାଜଧାନୀ ମାଲେ ସହରରେ ଗତ ସପ୍ତାହରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୮ ଭାରତୀୟଙ୍କ ସମେତ ମୋଟ ୧୦ ଜଣଙ୍କର ପ୍ରାଣହାନି ଘଟିଥିଲା । ତେବେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୮ ଜଣ ଭାରତୀୟଙ୍କ ମୃତଦେହକୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି । ନଭେମ୍ବର ୧୦ରେ ମାଲେ ସହରର ନିରୁଫେଇ ଅଞ୍ଚଳରେ ଥିବା ଏକ ମସ୍‌ଜିଦ ନିକଟରେ ଅଗ୍ନିକାଣ୍ଡ ଘଟିଥିବାବେଳେ ସେଠାରେ ଶୋଇଥିବା ୧୦ ଜଣ ନିଆଁରେ ପୋଡିଯାଇଥିଲେ ।

ମୃତକମାନେ ସେଠାରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଭାରତ, ବାଂଲାଦେଶ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କାର ପ୍ରାୟ ୨.୫ ଲକ୍ଷ ଲୋକ ମାଳଦ୍ୱୀପରେ ଶ୍ରମିକଭାବେ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking