28.1 C
Bhubaneswar
Monday, November 18, 2024
Homeଓଡିଶାକରୋନାରେ ମୃତ୍ୟୁ ହୋଇଥିବା ପ୍ରମାଣପତ୍ର ଦେଲା ବିଏମ୍‌ସି,  ତଥ୍ୟରେ ନାହିଁ ତାଳମେଳ

କରୋନାରେ ମୃତ୍ୟୁ ହୋଇଥିବା ପ୍ରମାଣପତ୍ର ଦେଲା ବିଏମ୍‌ସି,  ତଥ୍ୟରେ ନାହିଁ ତାଳମେଳ

ଭୁବନେଶ୍ୱର:  ଖୁବ୍‌ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ମୃତ୍ୟୁକାଳୀନ ସହାୟତା ରାଶି । ଗତ ନଭେମ୍ବର ମାସ ୧୦ ତାରିଖରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର କମିଟି ସଦସ୍ୟଙ୍କ ପକ୍ଷରୁ ଏହା ପ୍ରକାଶ ପାଇଛି । ଏଯାବତ୍ କମିଟି ପକ୍ଷରୁ ୧୨୬୦ ଆବେଦନ ପତ୍ର ଉପରେ ମୋହର ଲଗାଯାଇଥିବାବେଳେ ସେମାନଙ୍କୁ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ରକୁ ବୈଧ କରାଯାଇଛି । ବୁଧବାର ସକାଳ ସୁଦ୍ଧା ଭୁବନେଶ୍ୱରରେ ୧୦୯୨ ଜଣଙ୍କ କରୋନା ବସତଃ ମୃତ୍ୟୁ ହୋଇଛି । ବିଏମ୍‌ସି ଦ୍ୱାରା ଏନେଇ ଟୁଇଟ୍ କରାଯାଇଥିବାବେଳେ ଉପରୋକ୍ତ ସଂଖ୍ୟାରୁ ଊର୍ଦ୍ଧ୍ୱ ଲୋକଙ୍କୁ ମୃତ୍ୟୁକାଳୀନ ପ୍ରମାଣପତ୍ର ମିଳିଛି । ଯାହାଫଳରେ ବିଏମ୍‌ସି ତଥ୍ୟରେ ତାଳମେଳ ନଥିବା ଅଭିଯୋଗ ହୋଇଛି ।

ବିଏମ୍‌ସି ଉପଆୟୁକ୍ତ ଶୁଭେନ୍ଦୁ ସାହୁ କହିଛନ୍ତି, କମିଟିକୁ ପ୍ରାୟ ୨୫୦୦ ଆବେଦନ ଆସିଛି । ଯାଞ୍ଚ ପରେ ସେଥିରୁ ୧୨୬୦ ଆବେଦନ ଉପରେ ମୋହର ଲଗାଯାଇଛି । ସେଥିରୁ କିଛି ମୃତକ ଭୁବନେଶ୍ୱରର ନୁହଁନ୍ତି । ଯେହେତୁ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ଆବେଦନର ଯାଞ୍ଚ କମିଟି କରୁଥିଲା ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇଥିବା ଆଶଙ୍କା ରହିଛି । ଯାଞ୍ଚ ପରେ ସମସ୍ତ ଆବେଦନକାରୀଙ୍କୁ ମୃତ୍ୟୁକାଳୀନ ପ୍ରମାଣପତ୍ର ପ୍ରଦାନ କରାଯାଉଛି । ଯାହା ସହାୟତାରେ ସେମାନଙ୍କ ସମ୍ପର୍କୀୟଙ୍କୁ କରୋନା ମୃତ୍ୟୁ ସହାୟତା ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି । ସୂଚନାଯୋଗ୍ୟ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହି ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟାକୁ ସୁଗମ କରିବାକୁ ସରକାର ଏକ ସ୍ୱତନ୍ତ୍ର ମୋବାଇଲ ଆପ୍‍ ‘କ୍ୟାପ୍ସ’ ପ୍ରସ୍ତୁତ କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ଏହି ଆପ୍ ମାଧ୍ୟମରେ ହିତାଧିକାରୀ (ମୃତକଙ୍କ ନିକଟ ସମ୍ପର୍କୀୟ)ଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବେ । ତେବେ ଏହି ପ୍ରକ୍ରିୟାକୁ ରାଜଧାନୀରେ ସୁଗମ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶରେ ବିଶେଷ କମିଟି ଗଠନ କରାଯାଇ ଯାଞ୍ଚ ଜାରି ରହିଥିବା ଜଣାପନିଛି । ଯେଉଁମାନେ କି କରୋନାରେ ମୃତ ବ୍ୟକ୍ତିଙ୍କ ନଥିପତ୍ର ଯାଞ୍ଚ କରିବେ । ପରେ କମିଟି ଦ୍ୱାରା ଚୟନ କରାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ମୃତ୍ୟୁକାଳୀନ ପ୍ରୋତ୍ସାହନ ରାଶି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking