26.8 C
Bhubaneswar
Monday, April 6, 2026
Homeଅପରାଧଯୁବକଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର ପ୍ରସିଦ୍ଧ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି ଅପରାହ୍‌ଣରେ ସ୍ଥାନୀୟ ଥାନା ଅଧୀନ କୁଦିଆରୀ ରଂଗଣୀ ସାହିସ୍ଥିତ ଏକ କ୍ଲବ ଘର ପଛପଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ତଣ୍ଟିକଟା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ପ୍ରଫୁଲ୍ଲ ବାରିକ (୪୮) । ତାଙ୍କ ଘର ହରିରାଜପୁରର ଗାଁରେ ବୋଲି ଜଣା ପଡିଛି । ମୃତଦେହ ଜବତ କରି ଜଟଣୀ ଥାନା ପୋଲିସର ଛାନଭିନ୍ ଆରମ୍ଭ ହୋଇଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ୨ଟାରେ ସମୟରେ ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ ଜଟଣୀ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ସେପଟେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ୍‌ ତନାଘନା ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏପରି କାଣ୍ଡ ଭିଆଇଲା ତାହା ଜଣାପଡ଼ି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking