31.1 C
Bhubaneswar
Monday, April 6, 2026
Homeଓଡିଶାଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତର ଜଟିଆଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଙ୍ଗଲରୁ ରକ୍ତାକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଯୁବକ ଧନପତି ଉଦୁଲୁ ବାଡ଼ିଆ ବୋଲି ଜଣାପଡିଛି। ତେବେ ମୃତ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ସୂଚନା ଅନୁସାରେ, ଜଟିଆଗୁଡା ଗାଁର ଧନପତି ଉଦୁଲୁ ବାଡ଼ିଆ ପ୍ରତିଦିନ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଆନ୍ତିl ହେଲେ ଗତ ସୋମବାର ଦିନ ସେ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ l ପରିବାର ଲୋକେ ଖୋଜାଖୋଜି କରିବା ପରେ ସୋମବାର ରାତିରେ ଗାଁ ନିକଟସ୍ଥ ଜଙ୍ଗଲରୁ ତାଙ୍କ ମରଶରୀର ଦେଖିଥିଲେl ତେବେ ଧନପତିଙ୍କ ଶରୀରରେ ପ୍ରଚୁର ମାଡ଼ ଚିହ୍ନ ଦେଖି ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ l ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking