ଦେବଗଡ଼ : ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷ ପଦବୀ ବିଜେଡି ହାତକୁ ଯାଇଥିବା ବେଳେ ଆଜି ଅନୁଷ୍ଠିତ ଉପାଧକ୍ଷ ପଦବୀ ବିଜେପି ହାତେଇ ନେଇଛି । ୧୧ ୱାର୍ଡ ବିଶିଷ୍ଠ ଦେବଗଡ଼ ପୌର ପରିଷଦର ଚଳିତ ନିର୍ବାଚନରେ ବିଜେପିକୁ ୬ କାଉନଶୀଲର ମିଳିଥିବା ବେଳେ ବିଜେଡି ୪ କାଉନସିଲ ଆସନ ଜିତିବାରେ ସକ୍ଷମ ରହିଥିଲା । ସେହିପରି ଅନ୍ୟ ଏକ ଆସନ ସ୍ୱାଧୀନ ପ୍ରାର୍ଥୀ ହାତେଇ ଥିଲେ । ତେବେ ଆଜି ଅନୁଷ୍ଠିତ ଉପାଧକ୍ଷ ପଦବୀ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରଜିତ କୁମାର ଭୋଜ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ଯତୀନ କୁମାର ନାୟକ ନାମାଙ୍କନ ଦାଖଲ କରିଥିଲେ । ତେବେ ମତଦାନ ପରେ ଭୋଟ ଫଳାଫଳ ବିଜେପି ପ୍ରାର୍ଥୀ ପ୍ରଜିତଙ୍କ ସପକ୍ଷରେ ଯାଇଥିଲା । ସ୍ୱାଧୀନ କାଉନଶୀଳର ମତଦାନରେ ଅଂଶ ଗ୍ରହଣ କରି ନଥିବା ବେଳେ ବିଜେପିକୁ ୭ ଓ ବିଜେଡିକୁ ୩ କାଉନସିଲ ସଦସ୍ୟଙ୍କ ସମର୍ଥନ ମିଳିଥିଲା । ଫଳରେ ୭-୩ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରଜିତ କୁମାର ଭୋଜ ବିଜେଡି ପ୍ରାର୍ଥୀ ଯତୀନ ନାୟକଙ୍କୁ ପରାସ୍ତ କରି ପୌର ଉପାଧକ୍ଷ ଆସନ ଦଖଲ କରିଛନ୍ତି ।