17.1 C
Bhubaneswar
Saturday, February 14, 2026
Homeଅପରାଧମଦ୍ୟପ ସ୍ୱାମୀର ବର୍ବର କାଣ୍ଡ ; ସ୍ତ୍ରୀକୁ ପିଟିପିଟି ମାରିଦେଲା

ମଦ୍ୟପ ସ୍ୱାମୀର ବର୍ବର କାଣ୍ଡ ; ସ୍ତ୍ରୀକୁ ପିଟିପିଟି ମାରିଦେଲା

ସୋର : ସ୍ତ୍ରୀକୁ ମାରିଦେଲା ନୃସଂଶ ସ୍ଵାମୀ । ଗତକାଲି ବିଳମ୍ବିତ ରାତିରେ ଔପଦା ଥାନା କମାରପାଳ ଗ୍ରାମର ସ୍ଵାମୀ ପାଣ୍ଡୁ ସିଂ ମଦ ନିଶାରେ ସ୍ତ୍ରୀ ଜାନୁ ସିଂଙ୍କୁ ପିଟିପିଟି ମାରିଦେଇଥିବା ନେଇ ଜାନୁ ସିଂଙ୍କ ଭଉଣୀ ଔପଦା ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜାନୁଙ୍କର ନାକ ଓ ପାଟିରୁ ରକ୍ତ ବାହାରୁଥିବା ନେଇ ଦେଖିବାକୁ ମିଳିଛି। ସୂଚନାଅନୁସାରେ, ପାଣ୍ଡୁ ଉକ୍ତ ଗ୍ରାମର ଜାନୁ ସିଂଙ୍କୁ ଭଲପାଇ ବିବାହ କରିଥିଲେ । ବିବାହ କିଛିଦିନ ପରେ ପାଣ୍ଡୁ ଜାନୁ ମଦ ପିଇ ସବୁବେଳେ ସ୍ତ୍ରୀଙ୍କୁ ମାରପିଟ କରନ୍ତି। ଅନେକ ଥର ପରିବାର ଲୋକ ସମାଧାନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବିଳମ୍ବିତ ରାତିରେ ମଦ ପିଇ ମାରିଦେଇଥିବା ନେଇ ଜାନୁର ଭଉଣୀ ରାବ ସିଂ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଵାମୀ ପାଣ୍ଡୁ ସିଂଙ୍କୁ ଅଟକ ରଖ୍ ତଦନ୍ତ ଆରମ୍ଭ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking