21.1 C
Bhubaneswar
Monday, November 18, 2024
Homeଖେଳନିଲାମ ହେବ ମାରାଡୋନାଙ୍କ ୮୬ ବିଶ୍ୱକପ୍ ଜର୍ସି

ନିଲାମ ହେବ ମାରାଡୋନାଙ୍କ ୮୬ ବିଶ୍ୱକପ୍ ଜର୍ସି

ନ୍ୟୁୟକ: ବିଶ୍ୱର ଅନ୍ୟତମ ମହାନ୍ ଫୁଟ୍‌ବଲର୍ ଆର୍ଜେଣ୍ଟିନାର ଡିଏଗୋ ମାରାଡୋନା ଇଂଲଣ୍ଡ ବିପକ୍ଷ ୧୯୮୬ ବିଶ୍ୱକପ୍ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ପିନ୍ଧିଥିବା ଜର୍ସି ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି । ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚ୍ ବିବାଦୀୟ ‘ହ୍ୟାଣ୍ଡ୍ ଅଫ୍ ଗଡ୍ ଗୋଲ୍‌’ ପାଇଁ ବେଶ୍ ଚର୍ଚ୍ଚିତ । ଏପ୍ରିଲ୍ ୨୦ରେ ଆରମ୍ଭ ହେବାକୁ ଥିବା ଏହି ଅନ୍‌ଲାଇନ୍ ନିଲାମରେ ଜର୍ସିକୁ ୪୦ ଲକ୍ଷ ପାଉଣ୍ଡ୍‌ରୁ ଅଧିକ ଅର୍ଥରାଶି ମିଳିବା ସମ୍ଭାବନା ଥିବା ନିଲାମକର୍ତ୍ତା ସୋଥ୍‌ବାୟ ପକ୍ଷରୁ କୁହାଯାଇଛି । ମେକ୍ସିକୋ ସିଟିରେ ୧୯୮୬ ଜୁନ୍ ୨୨ ତାରିଖରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲ୍‌ରେ ଇଂଲଣ୍ଡକୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା । ପରେ ଆର୍ଜେଣ୍ଟିନା ସେମିଫାଇନାଲ୍ ଓ ଫାଇନାଲ୍‌ରେ ଜିତି ଚାମ୍ପିଅନ୍ ହୋଇଥିଲା । ମ୍ୟାଚ୍‌ରେ ମାରାଡୋନାଙ୍କ ଦ୍ୱିତୀୟ ଗୋଲ୍ ଶତାବ୍ଦୀର ସର୍ବଶ୍ରେଷ୍ଠ ଗୋଲ୍ ଭାବେ ୨୦୦୨ରେ ମନୋନୀତ ହୋଇଥିଲା । ମ୍ୟାଚ୍‌ରେ ମାରାଡୋନା ହେଡର୍ ମାଧ୍ୟମରେ ଗୋଲ୍ କରିବାକୁ ଚାହୁଁଥିଲେ । ମାତ୍ର ବଲ୍‌ଟି ତାଙ୍କ ହାତରେ ବାଜି ଗୋଲ୍‌ପୋଷ୍ଟ ମଧ୍ୟକୁ ଚାଲିଯାଇଥିଲା । ମ୍ୟାଚ୍ ରେଫରି ଏହାକୁ ଦେଖିବାରେ ବିଫଳ ହୋଇଥିଲେ । ତେବେ ମ୍ୟାଚ୍‌ରେ ମାରାଡୋନା ନିଜ ଖ୍ୟାତି ଅନୂରୂପ ଡ୍ରିବ୍ଲିଙ୍ଗ୍ ମାଧ୍ୟମରେ ଇଂଲଣ୍ଡର ପୂରା ଟିମ୍‌କୁ ଚକିତ କରି ଗୋଲ୍ ସ୍କୋର୍ କରି ଟିମ୍‌କୁ ସ୍ମରଣୀୟ ବିଜୟ ଦେଇଥିଲେ । ପରେ ମାରାଡୋନା କହିଥିଲେ, ଏହି ଗୋଲ୍ ତାଙ୍କ ମୁଣ୍ଡ ଓ ଭଗବାନଙ୍କ ହାତ (ହ୍ୟାଣ୍ଡ୍ ଅଫ୍ ଗଡ୍‌)ର ମିଶ୍ରଣରେ ହୋଇଥିଲା । ମ୍ୟାଚ୍ ଶେଷରେ ମାରାଡୋନା ଇଂଲଣ୍ଡ ମିଡ୍‌ଫିଲ୍ଡର୍ ଷ୍ଟିଭ୍ ହଜ୍‌ଙ୍କ ସହ ଜର୍ସି ଅଦଳ ବଦଳ କରିଥିଲେ । ଗତ ୨୦ ବର୍ଷ ଧରି ଏହି ୧୦ ନମ୍ବର ଜର୍ସି ମାଞ୍ଚେଷ୍ଟରରେ ଇଂଲଣ୍ଡର ଜାତୀୟ ଫୁଟ୍‌ବଲ୍ ସଂଗ୍ରହାଳୟରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking