ଭୁବନେଶ୍ୱର: ଯାତ୍ରା କଳାକାର ମହାସଂଘର ବୈଠକ ଶେଷ ହୋଇଛି । ବୈଠକ ପରେ କଳାକାର ସଂଘ ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି. ନରି ପଣ୍ଡାଙ୍କ ସହ କଳାକାର ସଂଘ ରହିବ । ଉଚିତ ନ୍ୟାୟ ମିଳିବା ପଯ୍ୟନ୍ତ ତାଙ୍କ ସହ ରହିବୁ । ନରି ପଣ୍ଡାଙ୍କୁ ମାଡ ମରାଯାଇଛି, ଅତ୍ୟାଚାର ହୋଇଛି । ମାଡ ମାରିଥିବା ଲୋକର ପଲିଗ୍ରାଫ ଟେଷ୍ଟ କରାଯାଉ । ନ୍ୟାୟ ନମିଳିଲେ ଯାତ୍ରା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।