18.1 C
Bhubaneswar
Monday, November 25, 2024
Homeଅପରାଧଅର୍ଚ୍ଚନା ହନିଟ୍ରାପ ମାମଲା: ପୁଣି ହାଜର ହେଲେ ପ୍ରମୋଦ ସ୍ୱାଇଁ, ଶ୍ରଦ୍ଧାଞ୍ଜଳିଙ୍କ ଦେଖା ନାହିଁ

ଅର୍ଚ୍ଚନା ହନିଟ୍ରାପ ମାମଲା: ପୁଣି ହାଜର ହେଲେ ପ୍ରମୋଦ ସ୍ୱାଇଁ, ଶ୍ରଦ୍ଧାଞ୍ଜଳିଙ୍କ ଦେଖା ନାହିଁ

ଭୁବନେଶ୍ୱର: ଅର୍ଚ୍ଚନା ହନିଟ୍ରାପ ମାମଲାରେ ପୁଣି ହାଜର ହେଲେ ସିନେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ପ୍ରମୋଦ ଦ୍ୱିତୀୟ ଥର ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହୋଇ ତାଙ୍କର ମତ ରଖିଛନ୍ତି । ପ୍ରମୋଦଙ୍କୁ ଦ୍ୱିତୀୟ ଦିନରେ ଇଡି ଅଧିକାରୀମାନେ ମାରାଥନ ଜେରା କରିଛନ୍ତିି । ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପ୍ରମୋଦ ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁଯାୟୀ ସେ ଅର୍ଚ୍ଚନାଙ୍କୁ କୌଣସି ବ୍ଲାକ୍‌ମେଲିଂ ଟଙ୍କା ଦେଇ ନାହାନ୍ତି । ହେଲେ ଇଡି ସୂତ୍ରରୁ ଜଣାପଡିଛି ଅର୍ଚ୍ଚନା ତାଙ୍କୁ ବ୍ଲାକ୍‌ମେଲିଂ କରିବା ପରେ ସେ କୁଆଡେ ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ହୋଇଛି । ତେବେ ଏହି ଟଙ୍କା କଣ ମହିଳା ଥାନାରେ ଦିଆଯାଇଥିବା ଏତଲାରୁ ପ୍ରତ୍ୟାହାର କରିବାକୁ ଦିଆଯାଇଥିଲା ନା ଅନ୍ୟ କୌଣସି କାମ ପାଇଁ ଅର୍ଚ୍ଚନାଙ୍କୁ ଦିଆଯାଇଥିଲା ।

କେମିତି ହେଲା ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାଙ୍କ ସହ ପ୍ରମୋଦଙ୍କ କମ୍ପରମାଇଜ୍ । କେଉଁ ଆଧାରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଥାନରେ ରଫାଦଫା ହୋଇଗଲା । ମାମଲା ରଫାଦଫା ହେବା ପଛରେ ଆଉ କାହାର ହାତ ଥିଲା । ଏସଂକ୍ରାନ୍ତରେ ପ୍ରମୋଦଙ୍କୁ ଗୁରେଇତୁରେଇ ଇଡି ଅଧିକାରୀମାନେ ପ୍ରଶ୍ନ କରିଛନ୍ତି । ତେବେ ପ୍ରମୋଦଙ୍କୁ ବ୍ଲାକ୍‌ମେଲିଂ ମାମଲାରେ ଶ୍ରଦ୍ଧାଞ୍ଚଳି ସାମିଲ ଥିଲେ । ଶ୍ରଦ୍ଧାଞ୍ଚଳି ମଧ୍ୟ ଅର୍ଚ୍ଚନା ସହ ମିଶି ଟଙ୍କା ମାଗିଥିବା ଜଣାପଡିଛି । ତେଣୁ ପୁରୁଣା ମାମଲା ଆଉଥରେ ଉଜ୍ଜାଗର ହେବା ପରେ ଶ୍ରଦ୍ଧାଞ୍ଜଳି ବୋଧହୁଏ ଛାନିଆ ହୋଇଯାଇଛନ୍ତି । ତାଙ୍କର ଆଉ ପତ୍ତା ମିଳୁନି । ସେ କୁଆଡେ ଚାଲିଯାଇଥିବା ଚର୍ଚ୍ଚା ହେଉଛି । ଇଡି ନୋଟିସର ଉତ୍ତର ଦେଉ ନାହାନ୍ତି କି ଇଡି କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି । ଇଡି ଏବେ ତାଙ୍କୁ ଖୋଜୁଛି । ଶଦ୍ଧା ହାଜର ନ ହେଲେ ତାଙ୍କ ପାଇଁ ବିପଦ ବଢିପାରେ । ସେ ପୂର୍ବରୁ ୨ ଥର ହାଜର ହୋଇଥିଲେ ମଧ୍ୟ ପ୍ରମୋଦ ଆସିବା ଜଣପାଡିବା ପରେ ତାଙ୍କର ଆଉ ଦେଖାନାହିଁ ।

ସୂଚନାଯୋଗ୍ୟ ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲାରେ ଅର୍ଚ୍ଚନା ତାଙ୍କୁ ଶାରୀରିକ ସମ୍ପର୍କ ରଖବାକୁ ବାଧ୍ୟ କରୁଥିଲେ ବୋଲି ସେ ଦର୍ଶାଇଥିଲେ । ଏସମ୍ପୂର୍ଣ୍ଣ ଘଟଣାରେ ନିଜକୁ ଭିକ୍ଟିମ୍ ବୋଲି ଦର୍ଶାଇବାରୁ ଖଣ୍ଡଗିରି ଥାନା ମାମଲା ରୁଜୁ କରିଥିଲେ । ଏହି ଆଧାରରେ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା । ହେଲେ ପ୍ରମୋଦଙ୍କ ପୁରୁଣା ମାମଲା ସାମ୍ନାକୁ ଆସିବା ପରେ ଶ୍ରଦ୍ଧାଞ୍ଜଳିଙ୍କ ଗୁମର ଖୋଲିଛି ବୋଲି କୁହାଯାଉଛି । ସେଥିପାଇଁ ଇଡିର ନୋଟିସକୁ ମାନୁନହାନ୍ତି ଶ୍ରଦ୍ଧା । ଇଡି ପକ୍ଷରୁ ନୋଟିସ କରାଗଲେ ମଧ୍ୟ ସେ ଆଉ ହାଜର ହେଉ ନ ଥିବା ଜଣାପଡିଛି । ସେ କଣପାଇଁ ଇଡିରେ ହାଜର ହେଉ ନାହାନ୍ତି । ଶ୍ରଦ୍ଧାଙ୍କୁ କଣ ଗିରଫଦାରିର ଭୟ ଘାରିଛି ନା ଆଉ କିଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ସିନେ ପ୍ରଯୋଜକ ପ୍ରାମେଦ ଅର୍ଚ୍ଚନାଙ୍କ ପ୍ରଥମ ଶିକାର । ପ୍ରମୋଦଙ୍କ ଘରେ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଚଳୀ ଭଡାରେ ରହୁଥିଲେ । କିଛିଦିନ ପରେ ଘର ଭଡା ଦେଇ ନ ଥିଲେ । ଓଲଟା ୫ ଲକ୍ଷ ଟଙ୍କା ମାଗିଥିଲେ । ପ୍ରମୋଦ ଟଙ୍କା ନ ଦେବାରୁ ଅର୍ଚ୍ଚନା ତାଙ୍କ ବିରୋଧରେ ମହିଳା ଥାନାରେ ଏତଲା ଦେଇଥିଲେ ।

ଅନ୍ୟପକ୍ଷରେ ମନିଲଣ୍ଡ୍ରିଂ ମାମଲାରେ ଜମି ମାଲିକ ପ୍ରଭାତ ରଞ୍ଜନ ପତୀଙ୍କୁ ଆଜି ଇଡି ଜେରା କରିଛି । ପ୍ରଭାତ ପେଶାରେ ଜଣେ ଇଂଞ୍ଜିନିୟର । ସେ ଚାକିରିରୁ ଏବେ ଅବସର ନେଇଛନ୍ତି । ତାଙ୍କର ସତ୍ୟବିହାର ଅଞ୍ଚଳରେ ଅନେକ ପୈତୃକ ପ୍ଲଟ ରହିଛି । ଯାହାକୁ ସେ ବିଭିନ୍ନ ଲୋକଙ୍କୁ ବିକ୍ରି କରିଛନ୍ତି । ଅର୍ଚ୍ଚନା ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କ ମଧ୍ୟରେ ଏକ ଜମି ଡିଲ ହୋଇଥିଲା । ଏହି ଜମି କିଣାକୁ ନେଇ ତାଙ୍କୁ ଜେରା କରାଯାଇଛି । ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ସହ ପ୍ରଭାତଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା ନେଇ ଇଡିକୁ ପ୍ରମାଣ ମିଳିଛି । ଅର୍ଚ୍ଚନା ଏବଂ ଖଗେଶ୍ୱର ଜମି ବାବଦକୁ ପ୍ରଭାତଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିବା ଜଣାପଡିଛି ।

ଏପରିକି ଅର୍ଚ୍ଚନାର ସତ୍ୟବିହାର ସ୍ଥିତ ଆଲିସାନ୍ ଘର ପାଇଁ ପ୍ରଭାତ ଜମି ବିକ୍ରି କରିଛନ୍ତି । ଯେଉଁ ଜମିରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଆଲିସାନ୍ ଘର ଅର୍ଚ୍ଚନା ନିର୍ମାଣ କରିଥିଲେ । ଅନ୍ୟପକ୍ଷରେ ଅର୍ଚ୍ଚନାକୁ କୋର୍ଟରେ ହାଜର କରିବାକୁ ଇଡି ଯୋଜନା କରୁଛି । ଏନେଇ ଇଡି ପ୍ରଡକ୍ସନ ପିଟିସନ ଦାଖଲ କରାଯିବ । ଆସନ୍ତା ୫ ତାରିଖରେ ତାଙ୍କୁ ହାଜର କରାଯାଇପାରେ । ଏହାପରେ ଅର୍ଚ୍ଚନାଙ୍କୁ ଇଡି କାର୍ଯ୍ୟାଳୟରେ ପଚରାଉଚରା କରିବାକୁ ଇଡି ପକ୍ଷରୁ ରିମାଣ୍ଡ ଆବେଦନ କରାଯିବ । ଅର୍ଚ୍ଚନା ଆସିଲେ ହିଁ ଅସଲ ଗୁମର ଖୋଲିବ ବୋଲି ଇଡି ଆଶା ବାନ୍ଧିଛି । ଅର୍ଚ୍ଚନା ଆସିବା ପୂର୍ବରୁ ଇଡି ଲିଷ୍ଟରେ ଥିବା ୧୫ ଜଣଙ୍କୁ ଜେରା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking