27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶୟୁନିଫର୍ମ ସିଭିଲ କୋଡ୍ ସମର୍ଥନରେ ଆସିଲା ଆପ୍‌, କହିଲା- ସମସ୍ତଙ୍କଠାରୁ ସହମତି ଦରକାର...

ୟୁନିଫର୍ମ ସିଭିଲ କୋଡ୍ ସମର୍ଥନରେ ଆସିଲା ଆପ୍‌, କହିଲା- ସମସ୍ତଙ୍କଠାରୁ ସହମତି ଦରକାର…

ନୂଆଦିଲ୍ଲୀ ୟୁନିଫର୍ମ ସିଭିଲ କୋଡ୍ ଉପରେ ଆମ୍ ଆଦମୀ ପାର୍ଟିର ବଡ଼ ବୟାନ । ଆମ୍ ଆଦମୀ ପାର୍ଟି କହିଛି, ସିଦ୍ଧାନ୍ତିକ ରୂପରେ ୟୁସିସିକୁ ସମର୍ଥନ କରେ କିନ୍ତୁ ସମସ୍ତ ଧର୍ମ ଓ ସମ୍ପ୍ରଦାୟ ସହିତ ଆଲୋଚନା କରି ସହମତି ନେବା ଉଚିତ । ଆମ୍ ଆଦମୀ ପାର୍ଟି ନେତା ସନ୍ଦୀପ ପାଠକ କହିଛନ୍ତି, ସିଦ୍ଧାନ୍ତିକ ରୂପରେ ଆମେ ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରୁ । ସମ୍ବିଧାନର ଧାରା ୪୪ ରେ ମଧ୍ୟ ଏହାକୁ ସମର୍ଥନ ରହିଛି । ଅନୁଚ୍ଛେଦ ୪୪ରେ କୁହାଯାଇଛି, ୟୁସିସି ରହିବା ଦରକାର, କିନ୍ତୁ ଏହି ପ୍ରସଙ୍ଗରେ ସବୁ ଧର୍ମ ସମ୍ପ୍ରଦାୟ ସହିତ ଜଡିତ, ତେଣୁ ସମସ୍ତଙ୍କଠାରୁ ସହମତି ଦରକାର ରହିଛି । ୟୁନିଫର୍ମ ସିଭିଲ କୋଡ୍ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି ପରେ ସାରା ଦେଶରେ ବିତର୍କ ତୀବ୍ର ହୋଇଛି । ମଙ୍ଗଳବାର ଦିନ ଭୋପାଳରେ ବିଜେପି ବୁଥ୍ କର୍ମୀଙ୍କ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆମେ ଦେଖୁଛୁ ୟୁନିଫର୍ମ ସିଭିଲ୍ କୋଡ୍ ନାମରେ ଲୋକଙ୍କୁ ଉତ୍ତେଜିତ କରାଇବାର ଚେଷ୍ଟା କରାଯାଉଛି ।

ଯଦି ଗୋଟିଏ ଘରେ ଗୋଟିଏ ସଦସ୍ୟ ପାଇଁ ଗୋଟିଏ ଓ ଅନ୍ୟ ସଦସ୍ୟ ପାଇଁ ଆଉ ଗୋଟିଏ ଆଇନ ହେଲେ ଘର କିପରି ଚାଲିବ ସେଭଳି ଦୁଇ ପ୍ରକାର ବ୍ୟବସ୍ଥା ଦ୍ୱାରା ଦେଶ କିପରି ଚାଲି ପାରିବ ? ପ୍ରଧାନମନ୍ତ୍ରୀ ମୋଦି ବିରୋଧିଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ, ସେମାନେ ୟୁସିସି ପ୍ରସଙ୍ଗରେ ମୁସଲମାନମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ଆମେ ମନେରଖିବା ଉଚିତ୍ ଯେ ସମ୍ବିଧାନ ମଧ୍ୟ ଦେଶର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଇଥାଏ । ସୁପ୍ରିମକୋର୍ଟ ମଧ୍ୟ ଏହାର ସପକ୍ଷରେ ଅଛନ୍ତି, କିନ୍ତୁ ଯେଉଁମାନେ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି ସେମାନେ ଏହାକୁ ବିରୋଧ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ୟୁସିସି ବିଷୟରେ କହିବାକୁ ନେଇ କଂଗ୍ରେସ କଡା ସମାଲୋଚନା କରିଛି । କଂଗ୍ରେସ କହିଛି ଯେ ମୁଦ୍ରାସ୍ଫୀତି ଏବଂ ବେକାରୀ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକ ବିଭାଜନକାରୀ ଏଜେଣ୍ଡା ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking