ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି । ଅଧିକାଂଶ ସ୍ଥାନରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଫଳରେ ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମାଞ୍ଚଳ (ବିଏମ୍ସି) ପକ୍ଷରୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଉଛି । ଏହି କ୍ରମରେ ଗୁରୁବାର ସହରର ଆଉ ୯ଟି ସ୍ଥାନକୁ କଣ୍ଟେନ୍ମେଣ୍ଟ କରାଯାଇଛି । ୨ ଦିନ ମଧ୍ୟରେ ୧୯ଟି ସ୍ଥାନକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛି ବିଏମ୍ସି । ମହାନଗର ନିଗମର ଦକ୍ଷିଣପଶ୍ଚିମ ଜୋନ୍ର ୱାର୍ଡ ନଂ ୩୮ ଅନ୍ତର୍ଗତ ନୟାପଲ୍ଲୀ ବ୍ରିଟ୍ କଲୋନୀସ୍ଥିତ ପ୍ଲଟ୍ ନଂ ଏଲ୍ଆଇଜି ୧୧୮କୁ କଣ୍ଟେନମେଣ୍ଟ କରାଯାଇଛି ।
ସେହିପରି ୱାର୍ଡ ନଂ ୪୬ ଅନ୍ତର୍ଗତ ୟୁନିଟ୍-୬ ସ୍ଥିତ ଭୀମପୁରର ପ୍ଲଟ୍ ନଂ ୨୫୨/୨୬୯୯, ୱାର୍ଡ ନଂ ୪୯ ଅନ୍ତର୍ଗତ ଆଇଗିଣିଆର ଶ୍ରୀକେ୍ଷତ୍ର ରେସିଡେନ୍ସିର ଫ୍ଲାଟ୍ ନଂ ଏ/୨-୩୦୩ ଓ ବି/୧-୨୦୪କୁ କଣ୍ଟେନ୍ମେଣ୍ଟ କରାଯାଇଛି । ସେହିପରି ଦକ୍ଷିଣପୂର୍ବ ଜୋନ୍ର ୱାର୍ଡ ନଂ ୨୯ଅନ୍ତର୍ଗତ ୟୁନିଟ୍-୯ ସ୍ଥିତ କ୍ୱାଟର ନଂ ୪ଆର୍ଏଫ୍-୨୦, ୱାର୍ଡ ନଂ ୩୫ ଅନ୍ତର୍ଗତ ୟୁନିଟ-୩ ସ୍ଥିତ ଗୁରୁଦ୍ୱାର ପଛ ପ୍ଲଟ୍ ନଂ ୭, ୱାର୍ଡ ନଂ ୫୭ ଅନ୍ତର୍ଗତ ଟଙ୍କପାଣି ରୋଡ୍ ସ୍ଥିତ ଅନ୍ନପୂର୍ଣ୍ଣାା ଆପାର୍ଟମେଣ୍ଟର ଫ୍ଲାଟ୍ ନଂ ୨୦୯, ୱାର୍ଡ ୫୮ ଅନ୍ତର୍ଗତ ଟଙ୍କପାଣି ରୋଡ୍ସ୍ଥିତ ଆପୋଲୋ ଫାମାର୍ସୀ ନିକଟସ୍ଥ ପ୍ଲଟ୍ ନଂ ୧୧୪୭ ଏବଂ ୱାଡ ନଂ ୫୫ ଅନ୍ତର୍ଗତ ଗୌତମ ନଗର ସ୍ଥିତ ଉତ୍କଳ ରୟାଲ ରେସିଡେନ୍ସିର ଫ୍ଲାଟ୍ ନଂ ଏ/୯୪କୁ କଣ୍ଟେନ୍ମେଣ୍ଟ ଘୋଷଣା କରାଯାଇଛି ।
ଏଠାରେ ଏକାଧିକ ପଜିଟିଭ୍ ଚିହ୍ନଟ ହେବାରୁ ସୁରକ୍ଷା ଦୃଷ୍ଟିରୁ ବିଏମ୍ସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅଞ୍ଚଳରୁ ବାହାରକୁ କୌଣସି ଲୋକ ଯାଇ ପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ଏହି ସ୍ଥାନଗୁଡ଼ିକୁ ପ୍ରବେଶ କରିପାରିବେ ନାହିଁ । ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସର ମାନେ ଏହି ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଜନସାଧାରଣଙ୍କୁ ସହଯୋଗ କରିବେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ସହରର ଏକାଧିକ ସ୍ଥାନରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଓ ୫ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ କରାଯାଇଥିଲା ।