29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଲାଇଭ୍ ଶୋ’ ବେଳେ ଟଳିପଡ଼ିଲେ ଆଙ୍କର୍‌

ଲାଇଭ୍ ଶୋ’ ବେଳେ ଟଳିପଡ଼ିଲେ ଆଙ୍କର୍‌

ଲସ୍‌ଆଞ୍ଜେଲ: ଆମେରିକାର ପ୍ରସିଦ୍ଧ ଟିଭି ନ୍ୟୁଜ୍ ଚାନେଲ୍ ସିବିଏସ୍‌ର ଏକ ଲାଇଭ୍ ଶୋ’ରେ ଆଙ୍କର ଅଚେତ ହୋଇ ଟଳିପଡ଼ିଛନ୍ତି । ଏହି ଅବସରରେ ତାଙ୍କ ସହଯୋଗୀ ଆଙ୍କର୍ସଙ୍କୁ ବ୍ରେକ୍ ନେବାକୁ ପଡ଼ିଥିଲା । ଟଳି ପଡ଼ିଥିବା ଆଙ୍କର୍‌ଙ୍କ ନାମ ଆଲିସା କାର୍ଲସନ୍ ଶେୱାର୍ଟଜ୍ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଅଛି ଏବଂ ସେ ନିଜେ ସୋସିଆଲ୍ ମିଡିଆରେ ନିଜ ହେଲ୍‌ଥ ଅପ୍‌ଡେଟ୍ ଶେୟାର୍ କରିଛନ୍ତି । ତେବେ ଲାଇଭ୍ ଶୋ’ରେ ଆଲିସା ଟଳିପଡ଼ିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଶନିବାର ସିବିଏସ୍ ନ୍ୟୁଜ୍‌ର ଲସ୍‌ଆଲେଞ୍ଜଲ୍ସ ଷ୍ଟୁଡିଓରେ ନିଚେଲ୍ ମେଦିନା ଓ ରଶେଲ୍ କିମ୍ ମର୍ଣ୍ଣି ଶୋ’ରେ ଲାଇଭ୍ ଆଙ୍କରିଂ କରୁଥିଲେ । ନିଚେଲ୍ ଏବଂ କିମ୍ ପାଣିପାଗ ଅପ୍‌ଟେଡ୍ ପାଇଁ ଆଲିସାଙ୍କୁ ଡାକିଥିଲେ । କ୍ୟାମେରା ଆଲିସାଙ୍କ ଆଡ଼କୁ ଘୂରିଥିଲା ଏବଂ ଆଲିସା କେତୋଟି ଶବ୍ଦ କହିବା ପରେ ଅଚାନକ ତାଙ୍କ ଆଖି ତରାଟି ହୋଇପଡ଼ିଥିଲା । ସେ ନିଜକୁ ସମ୍ଭାଳିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଏବଂ ଚକ୍କର ଖାଇ ତଳେ ପଡ଼ିଯାଇଥିଲେ । ଏହି ଅବସରରେ ତାଙ୍କ ମୁଣ୍ଡ ଆଗରେ ରଖାଯାଇଥିବା ଟେବଲ୍‌ରେ ପିଟିହୋଇ ଯାଇଥିଲା । ପରିସ୍ଥିତିକୁ ବୁଝିପାରି କୋ-ଆଙ୍କର୍ସ ତୁରନ୍ତ ବ୍ରେକ୍ ନେବାକୁ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking