ପୁରୀ: ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ । ଶୁଭାରମ୍ଭ କଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ । ୧୫ ଦିନ ପପ୍ୟନ୍ତ ଚାଲିବ ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ । ଏହି ଅଭିଯାନରେ କେନ୍ଦ୍ର କୃଷିମନ୍ତ୍ରୀ ପର୍ଯ୍ୟାୟକ୍ରମେ ୨୦ଟି ରାଜ୍ୟ ଗସ୍ତ କରିବେ । ପରେ ପରୀକ୍ଷାଗାରରୁ ଚାଷଜମି ପର୍ଯ୍ୟନ୍ତ ବିକଶିତ ଭାରତର ଧାରଣାକୁ ସାକାର କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିଛି । ଦେଶର ୭୦୦ରୁ ଅଧିକ ଜିଲ୍ଲାରେ ଏହି କାଯ୍ୟକ୍ରମର ଆୟୋଜନ କରାଯାଇଛି । ବୈଜ୍ଞାନିକ ଦଳ ଗାଁକୁ ଗାଁ ଯାଇ ଚାଷୀଙ୍କ ସହ ଭାବ ବିନିମୟ କରିବେ । ପୁରୀ ଗସ୍ତ ଅବସରରେ ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ।