32.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଦିଲ୍ଲୀରେ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ପାଇଁ ପ୍ରଶାସନ ନେଲେ ନିଆରା ପଦକ୍ଷେପ

ଦିଲ୍ଲୀରେ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ପାଇଁ ପ୍ରଶାସନ ନେଲେ ନିଆରା ପଦକ୍ଷେପ

ଦିଲ୍ଳୀ : ଜି-୨୦ ପାଇଁ ଉତ୍ସବମୁଖର ହୋଇଉଠିଛି ଭାରତର ରାଜଧାନୀ ନୂଆ ଦିଲ୍ଲୀ । ସୁସଜ୍ଜିତ ହେବା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । କିନ୍ତୁ ଏ ଉତ୍ସବ ଭିତରେ ଚିନ୍ତା ବଢ଼ାଉଛନ୍ତି ମାଙ୍କଡ଼ । ଦିଲ୍ଲୀରେ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ଯାହା ଆଗକୁ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ଚିନ୍ତାର କାରଣ ସାଜିଛି । ମାଙ୍କଡ଼ମାନେ କେତେବେଳେ ରାସ୍ତାକୁ ଆସୁଛନ୍ତି ତ ପୁଣି କେତେବେଳେ ଲୋକଙ୍କ ପାଖକୁ ଚାଲି ଯାଉଛନ୍ତି । ମାଙ୍କଡ଼ମାନଙ୍କର ପ୍ରାଦୁର୍ଭାବକୁ କମେଇବା ପାଇଁ ବା ମାଙ୍କଡ଼ଙ୍କୁ କାବୁ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ନିଆରା ପଦେକ୍ଷପ ନିଆଯାଇଛି । ସୂଚନା ଅନୁସାରେ, ଦିଲ୍ଲୀର ବିଭିନ୍ନ ସ୍ଥାନରେ ମାଙ୍କଡ଼ର କଟ୍ ଆଉଟ୍ ବା ମାଙ୍କଡ଼ର ଫେଟୋଚିତ୍ର ଲଗାଯାଇଛି । ପ୍ରକୃତ ମାଙ୍କଡ଼ଙ୍କୁ ଘଉଡାଇବା ପାଇଁ ଏହି କଟ୍ ଆଉଟ୍ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଉ ଏକ ଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଇଛି – ମାଙ୍କଡ଼ର ନକଲ୍ ସ୍ୱର କରି ପାରୁଥିବା ୪୦ ଜଣଙ୍କୁ ନିୟୋଜିତ କରାଯାଇଛି । ଆଗକୁ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ମାଙ୍କଡ଼ ଭଳି ଶବ୍ଦ ବା ସ୍ୱର ବାହାରକରୁଥିବା ୪୦ ଜଣଙ୍କୁ ନିୟୋଜିତ କରାଯାଇଛି । ଯାହା ଫଳରେ ରାସ୍ତାଘାଟରେ ବୁଲୁଥିବା ମାଙ୍କଡ଼କୁ ସହଜରେ ଘଉଡ଼ାଇବା ପାଇଁ ସାହାଯ୍ୟ କରିବ । ସୂଚନା ଅନୁସାରେ, ଦିଲ୍ଳୀ ସହରର ଦୃଶ୍ୟକୁ ଆହୁରି ମନଲୋଭା କରିବା ପାଇଁ ପ୍ରାୟ ୬ ଲକ୍ଷରୁ ଅଧିକ ଗଛ ଲଗାଯାଇଛି । ରାସ୍ତାକଡ଼ରେ, ସମ୍ମିଳନୀ ସ୍ଥଳରେ, ହୋଟେଲରେ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରେ ସୌନ୍ଦର୍ଯ୍ୟକରଣ ପାଇଁ ଏହି ଗଛ ଲଗାଯାଇଛି । ଏହି ଗଛକୁ ସୁରକ୍ଷା ଦେବା ପାଇଁ, ଦିଲ୍ଳୀ ସହରର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ମାଙ୍କଡ଼ମାନଙ୍କ ପାଇଁ ପ୍ରଶାସନ ୪୦ ଜଣ ମାଙ୍କଡ଼ ଭଳି ସ୍ୱର କରୁଥିବା ଲୋକଙ୍କୁ ନିୟୋଜିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking