18.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶ୭ ମାସରେ ପ୍ରତ୍ୟାହାର ହେଲା ୮ ବର୍ଷର ନିବେଶ

୭ ମାସରେ ପ୍ରତ୍ୟାହାର ହେଲା ୮ ବର୍ଷର ନିବେଶ

ନୂଆଦିଲ୍ଲୀ : ଭାରତୀୟ ଶେୟାର ବଜାର ଲିଟ୍‌ମସ୍ ଟେଷ୍ଟ ଦେଇ ଗତି କରୁଛି । ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଏବଂ ମୁଦ୍ରାସ୍ଫୀତି କାରଣରୁ ସମଗ୍ର ବିଶ୍ୱରେ ଅର୍ଥନୈତିକ ଅସ୍ଥିରତା ଜାରି ରହିଛି । ଏପରି ପରସ୍ଥିତିରେ ଶେୟାର ବଜାର ମଧ୍ୟ ଗଭୀର ଭାବରେ ପ୍ରଭାବିତ ହେଉଛି । ଭାରତୀୟ ଶେୟାର ବଜାର ମଧ୍ୟ ଉପର ତଳ ହେବା ସହିତ ନିବେଶକଙ୍କୁ କ୍ଷତି ପ୍ରଦାନ କରୁଛି । ଏପରି ପରସ୍ଥିତିରେ ବିଦେଶୀ ନିବେଶକ ମାନେ ମଧ୍ୟ ମୁହଁ ଫେରାଇବାରେ ଲାଗିଲେଣି । ୮ ବର୍ଷ ମଧ୍ୟରେ ଭାରତୀୟ ଶେୟାର ବଜାରରେ ହୋଇଥିବା ନିବେଶକୁ ବିଗତ ୭ ମାସ ମଧ୍ୟରେ ପ୍ରତ୍ୟାହାର କରି ସାରିଲେଣି ବିଦେଶୀ ନିବେଶକ ।

୨୦୧୪ରୁ ୨୦୨୦ ମଧ୍ୟରେ ବିଦେଶୀ ନିବେଶକ ମାନେ ୨.୨ ଲକ୍ଷ କୋଟି ନିବେଶ କରିଥିଲେ । ତେବେ ଅକ୍ଟୋବର ୨୦୨୧ ପରଠାରୁ ନିବେଶ ପ୍ରତ୍ୟାହାର ଏକ ନୂତନ ଉଚ୍ଚତା ଛୁଇଁଛି । ବିଗତ ୮ ମାସ ମଧ୍ୟରେ ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କାର ବିଦେଶୀ ନିବେଶ ଶେୟାର ବଜାରରୁ ପ୍ରତ୍ୟାହୃତ ହୋଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବରେ ଡିମାଟ୍ ଆକାଉଣ୍ଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୧୯-୨୦ରେ ମାସକୁ ୪ ଲକ୍ଷ ଡିମାଟ୍ ଆକାଉଣ୍ଟ ଖୋଲା ଯାଉଥିବା ବେଳେ ୨୦୨୦-୨୧ରେ ଏହା ପ୍ରାୟ ୩ ଗୁଣ ବୃଦ୍ଧି ପାଇଥିଲା । ପୂର୍ବବର୍ଷ ମାସକୁ ୧୨ ଲକ୍ଷ ଆକାଉଣ୍ଟ ଖୋଲା ଯାଉଥିବା ବେଳେ ଚଳିତ ବର୍ଷ ଏହି ଆକାଉଣ୍ଟ ସଂଖ୍ୟା ୨୬ ଲକ୍ଷକୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking