29.1 C
Bhubaneswar
Tuesday, April 28, 2026
Homeଓଡିଶାମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ...

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି  ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ  ବିକାଶ ଏବଂ ପରିଚାଳନା କମିଟିର  ଦ୍ୱାଦଶ ପରିଚାଳନା ପରିଷଦ  ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭନ୍ନ ଫସଲ ପାଇଁ ଜଳର ସୁଷମ ବଣ୍ଟନ, ଜଳର ଉପଯୁକ୍ତ ପରିଚାଳନା,  ଯାନ୍ତ୍ରିକ ବ୍ୟବହାର ମାଧ୍ୟମରେ ସିଧାସଳଖ  ଜମିରେ ବିହନ ବୁଣିବା, ସବୁଜ ସାର ସୃଷ୍ଟି, ଧାନ ଚାଷ ସହିତ ମାଛ ଚାଷ, ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ଭଳି ଅଭ୍ୟାସ, ଜଳବାୟୁ ସହନଶୀଳ କୃଷିକୁ ପ୍ରୋତ୍ସାହିତ କରିବା ସହିତ ଜଳ ବ୍ୟବହାରକାରୀ ଏବଂ କୃଷକଙ୍କ ଜୀବନକୁ କିପରି ପରିବର୍ତ୍ତନ କରୁଛି, ସେ ସଂପର୍କରେ ବିସ୍ତୃତ ଉପସ୍ଥାପନ କରାଯାଇଥିଲା ।

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ,  ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍ .ଏନ୍ ଙ୍କ ସହିତ କୃଷି, ଉଦ୍ୟାନ କୃଷି ଓ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ  ତଥା ପରିଷଦର  ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ମତ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking