28.1 C
Bhubaneswar
Monday, July 1, 2024
Homeଓଡିଶାବିଡିଓଙ୍କ ବଦଳି ଦାବିରେ ୧୨ ଘଣ୍ଟିଆ କୋଇଡ଼ା ବନ୍ଦ

ବିଡିଓଙ୍କ ବଦଳି ଦାବିରେ ୧୨ ଘଣ୍ଟିଆ କୋଇଡ଼ା ବନ୍ଦ

ସୁନ୍ଦରଗଡ: ଥମିବାର ନାଁ ଧରୁନି କୋଇଡା ବିଡ଼ିଓଙ୍କ ବଦଳି ଦାବି । ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବି ନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସିପିଆଇଏମ ନେତୃତ୍ୱରେ ଦିର୍ଘ ଆଠ ଦିନ ହେଲା ବ୍ଲକ କାର୍ଯ୍ୟାଳୟ ଘେରାଉ ସହିତ ବନ୍ଦ କରି ବିକ୍ଷୋଭ ପଦର୍ଶନ କରିଥିଲେ ହଜାର ହଜାର କର୍ମୀ ମାନେ । କିନ୍ତୁ କୌଣସି ପଦକ୍ଷେପ ନନେବାରୁ ଆଜି ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କୋଇଡା ବନ୍ଦର ଡାକରା ଦେଇଛି ସିପିଆଇଏମ୍ । ବନ୍ଦରେ ଅର୍ଥନୈତିକ, ରେଲୱେ ସାଇଡିଂ, ମାଲପରିବହନ ଚଳାଚଳ ବନ୍ଦ, ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ପ୍ରଭୃତି ବନ୍ଦ ରହିଛି ।

ଯେପର୍ଯ୍ୟନ୍ତ ବଦଳି ନହୋଇଛି ଆଗାମୀ ଦିନରେ ଆହୁରି ଭୟଙ୍କର ହବ ବୋଲି କହିଛନ୍ତି । ହେଲେ ବନ୍ଦ ସମୟରେ ଜରୁରୀକାଳୀନ ସେବା ସହିତ ସ୍କୁଲ କଲେଜ ଏବଂ ସମସ୍ତ ଶିକ୍ଷା ଅନୁଷ୍ଠାନ ବସ୍‌ ଚଳାଚଳ ଜାରି ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ବିଡିଓ ଭାବେ ପଲ୍ଲବୀ ରାଣୀ ରାଜ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା କାର୍ଯ୍ୟରତ ଅଛନ୍ତି।

ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରି ନ ଥିବା ଅଭିଯୋଗ ହୋଇଛି। ବିଡ଼ିଓଙ୍କ ନାମରେ ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଡିଓ ୩ ବର୍ଷ ହେଲା କୋଇଡ଼ାରେ ଥିବା ବେଳେ ୧୫ଟି ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାମ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି। ବିଡିଓ ୧୫ଟି ପଞ୍ଚାୟତରେ କାମର ବିଲ ପଇଠ ନ କରିବା ଓ ବିଭିନ୍ନ ପ୍ରକଳ୍ପଗୁଡିକ ମଞ୍ଜୁରୀ କରାଇ ନଦେବା ଫଳରେ କୋଟି କୋଟି ଟଙ୍କା ସରକାରୀ ତାହାବିଲରେ ପଡିରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking