28.1 C
Bhubaneswar
Wednesday, May 6, 2026
Homeଅପରାଧଥମୁନି ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ; ସୁସାଇଡ୍ ନୋଟ ଲେଖି ଜୀବନ ହାରିଲେ ଡାକ୍ତର

ଥମୁନି ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ; ସୁସାଇଡ୍ ନୋଟ ଲେଖି ଜୀବନ ହାରିଲେ ଡାକ୍ତର

ନୂଆଦିଲ୍ଲୀ: ଗୋଟିଏ ପଟେ କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଥମୁନି ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ । ଅନ୍ୟପଟେ ସୁସାଇଡ୍ ନୋଟ ଲେଖି ଜୀବନ ହାରିଲେ ଏମ୍ସ ଡାକ୍ତର । ତେବେ ଘରୋଇ କଳି ପାଇଁ ଡାକ୍ତର ଏଭଳି ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଦେଶରେ କୋଲକତା ହରର ଘଟଣାରେ ଉଠିଥିବା ସ୍ୱର ଥମିବାର ନାଁ ଧରୁନି । ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ । ଏପରିକି ଓପିଡି ରୋଗୀ ସେବା ମଧ୍ୟ ବିଭିନ୍ନ ସ୍ଥାନରେ ବନ୍ଦ ରହିଛି । ଆଉ ଏହା ଭିତରେ ଏକ ଚକିତ ଖବର ସାମ୍ନାକୁ ଆସିଛି କି, ନିଜ ଜୀବନ ହାରିଛନ୍ତି ଜଣେ ଡାକ୍ତର ।

ଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜନ ରାଜ ଘୋନିୟା ତାଙ୍କ ସରକାରୀ ବାସଭବନରେ ଜୀବନ ହାରିଛନ୍ତି । ରବିବାରର ଏହି ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି । ଡାକ୍ତରଙ୍କ ଘରୁ ଏକ ସୁସାଇଡ ନୋଟ ମିଳିଛି । ଏହି ନୋଟରେ ଡାକ୍ତର ତାଙ୍କ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାଁନ୍ତି । ଡାକ୍ତର ଘୋନିୟା ୬ ମାସ ତଳେ ଏମ୍ସରେ ନ୍ୟୁରୋ ସର୍ଜରୀ ଶିକ୍ଷା ଶେଷ କରିଥିଲେ । ଏପଟେ ସେ ମାତ୍ର ୧୫ ଦିନ ତଳେ ଆମେରିକାରୁ ଫେରିଥିଲେ । ମୃତ ଡାକ୍ତର ବିବାହ କରିଛନ୍ତି । ତାଙ୍କ ପତ୍ନୀ ଡାକ୍ତର ଆତ୍ମହତ୍ୟା କରିବା ସମୟରେ ଘରେ ନଥିଲେ । ତେବେ ପୋଲିସ କହିଛି, ମାମଲାରୁ ଚାରିଆଡୁ ତଦନ୍ତ କରାଯାଉଛି । କଲ ରେକର୍ଡ ସହିତ ଘରୋଇ କଜିଆ ନେଇ ତଦନ୍ତ ଜାରି ରହିଛି । ତେବେ ଡାକ୍ତରଙ୍କ ମୃତ୍ୟୁ ନେଇ ବଡ ତଥ୍ୟ ସାମ୍ନାକୁ ଆସିଛି ।

ଡାକ୍ତର ଅତ୍ୟଧିକ ମାତ୍ରାରେ କୌଣସି ଔଷଧ ସେବନ କରିବା ସହିତ ଇଞ୍ଜେକ୍ସନ ନେଇଥିବା କହିଛି ପୋଲିସ । କାରଣ ମୃତଦେହ ନିକଟରେ ଖାଲି ମେଡିସିନ ପ୍ୟାକେଟ ସହିତ ବ୍ୟବହୃତ ସିରିଞ୍ଜ ପଡିଛି । ଏହି ଘଟଣା ଦକ୍ଷୀଣ ଦିଲ୍ଲୀ ସ୍ଥିତ ଗୌତମ ନଗରରେ ଘଟିଛି । ଏହାସହିତ ପୋଲିସ କହିଛି କି, ପତୀ ପତ୍ନୀ ଦୁହିଁଙ୍କ ମଧ୍ୟରେ କିଛି ଦିନ ଧରି ଝଗଡା ଲାଗିରହିଥିଲା । ରାକ୍ଷୀ ପୂର୍ଣ୍ଣିମା ପାଇଁ ତାଙ୍କ ପତ୍ନୀ ବାପାଘରକୁ ଯାଇଥିଲେ । ପୋଲିସ କହିଛି କି, ଆମ ପାଖକୁ ପାଖାପାଖି ରାତ୍ର ୨ଟା ସମୟରେ ଏକ ଫୋନ କଲ ଆସିଥିଲା । ଏହା ପରେ ଆମେ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲୁ କି ଡାକ୍ତର ଅଚେତ ଅବସ୍ଥାରେ ପଡିଛନ୍ତି । ପରେ ଆମେ ତାଙ୍କୁ ଏମ୍ସକୁ ନେଇଥିଲୁ । ତାଙ୍କୁ ଡାକ୍ତର ସେଠାରୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking