17.1 C
Bhubaneswar
Monday, November 25, 2024
Homeଓଡିଶାଥମୁନି ହାତୀ ଆତଙ୍କ ପୁଣି ନେଲା ଦୁଇ ଜୀବନ

ଥମୁନି ହାତୀ ଆତଙ୍କ ପୁଣି ନେଲା ଦୁଇ ଜୀବନ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ଦୀର୍ଘ କିଛି ମାସ ହେଲାଣି ଚିନ୍ତା ବଢେଇ ଦେଇଛି ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ବନ୍ୟା ଏବେ କିନ୍ତୁ ଆତଙ୍କ ବଢ଼ାଉଛି ହାତୀପଲ। କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ତ, ଆଉ କେତେବେଳେ ଘର ଭାଙ୍ଗୁଛନ୍ତି ହାତୀପଲ ତୋ କେତେ ବେଳେ ନେଉଛନ୍ତି ଜୀବନ। ଏନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ରାସଗୋବିନ୍ଦପୁର ରେଞ୍ଜ ଓ ବେତନଟି ରେଞ୍ଜରେ ଗତକାଲି ହାତୀ ଆକ୍ରମଣରେ ଦୁଇ ଜଣକଙ୍କର ମୃତ୍ୟୁ ହୋଇଛି।ମୃତକ ଦୁଇଜଣ ହେଲେ ମୋରଡା ବ୍ଲକ ଅନ୍ତର୍ଗତ ସଙ୍ଗାଡିହି ଗ୍ରାମର ଧନଞ୍ଜୟ ହାଁସଦା ଓ ଡାଙ୍ଗରବିଲା ଗ୍ରାମର ଶ୍ରୀମନ୍ତ ହାଁସଦା।

ଗତକାଲି ଝାଡଖଣ୍ଡି ହାତୀପଲ ଡାଙ୍ଗରବିଲା ଗ୍ରାମ ମଧ୍ୟକୁ ଖାଦ୍ୟ ଅନ୍ବେଷଣରେ ଆସି ବିପୁଳ କ୍ଷୟକ୍ଷତି କରିବା ସହିତ ସେହି ଗ୍ରାମର ଯୁବକ ଶ୍ରୀମନ୍ତ ହାଁସଦାଙ୍କୁ ରାତିରେ ଘରେ ଶୋଇଥିବା ବେଳେ ହାତୀ ଦଳି ଦେଇଥିଲା ଓ ସଙ୍ଗାଡିହି ଗ୍ରାମରେ ଗାଈ ଚରାଉ ଥିବା ଧନଞ୍ଜୟ ନାମକ ବ୍ୟକ୍ତିଙ୍କୁ ଦଳି ଚକଟି ମରିଦେଇଥିଲା। ତେବେ ହାତୀ ଆକ୍ରମଣରେ ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁକୁନେଇ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଶୋକର ଛାୟା ଖେଳି ଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଲୋକଙ୍କ ଅଭିଯୋଗ ଅନୁଯାଇ ବନବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହଉଛି ଓ ବନ କର୍ମଚାରୀ ହାତୀର ଗତିଵିଧି ବିଷୟରେ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରି ନ ଥିବାରୁ ଦୁଇ ନିରୀହ ଲୋକଙ୍କ ଜୀବନ ଚାଲିଯାଇଛି। ଯଦି ସରକାରୀ କର୍ମଚାରୀ ନିଜ ଦାୟିତ୍ୱ ଠିକ ଭାବରେ ନ ତୁଲାଇବେ ତେବେ ଜନସଧାରଣ ଆଇନ ହାତକୁ ନେବାକୁ ପଛଇବେ ନାହିଁ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking