28.1 C
Bhubaneswar
Saturday, September 28, 2024
Homeଅପରାଧବୋଲେରୋ ଗାଡି ଚୋରୀ ଘଟଣାରେ ୪ ଜଣକୁ କୋର୍ଟ ଚାଲାଣ କଲା ଠାକୁରମୁଣ୍ଡା ଥାନା ପୋଲିସ

ବୋଲେରୋ ଗାଡି ଚୋରୀ ଘଟଣାରେ ୪ ଜଣକୁ କୋର୍ଟ ଚାଲାଣ କଲା ଠାକୁରମୁଣ୍ଡା ଥାନା ପୋଲିସ

ମୟୂରଭଞ୍ଜ : ଠାକୁରମୁଣ୍ଡା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ନିକଟ ଚମକପୁର ଗ୍ରାମରୁ ଗତ ୧୧ ତାରିଖ ରାତିରେ ଚୋରୀ ହୋଇ ଯାଇଥିବା ଗୋଟିଏ ବୋଲେରୋ ଗାଡିକୁ ଠାକୁରମୁଣ୍ଡା ଥାନା ପୋଲିସ ଉଦ୍ଧାର କରିବା ସହ ଚୋରୀ ଘଟଣାରେ ସଂପୃକ୍ତ ୪ ଜଣ ଚୋରକୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ଆଜି ପୋଲିସ କୋର୍ଟ ଚାଲାଣ କରିଥିବାର ଜଣାଯାଇଛି। ଏଥିସହିତ ଚୋରି ଘଟଣାରେ ବ୍ୟବହୃତ ଏକ ଚୋରା ବାଇକକୁ ମଧ୍ୟ ପୋଲିସ ଜବତ କରିଛି। ଚୋରୀ ଘଟଣାରେ କୋର୍ଟ ଚାଲାଣ ହୋଇଥିବା ୪ ଜଣ ହେଲେ ଭଦ୍ରକ ଜିଲ୍ଲା ସବରଙ୍ଗ ଥାନା ଅନ୍ତର୍ଗତ ତୋରଣପଡା ଗ୍ରାମ ଗୋରାମାଟି ସାହିର ମନୋରଞ୍ଜନ ନାୟକ,କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଓରାଳି ଗ୍ରାମର ସୋମନାଥ ପୁହାଣ,ବୋଇତିରା ଗ୍ରାମର ଅରବିନ୍ଦ ଓଝା,ଆନନ୍ଦପୁର ଥାନା ଅନ୍ତର୍ଗତ ଅଧୁରିଆ ଗ୍ରାମର ଚିତ୍ତରଂଜନ ଜେନା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖମଡ଼ିହା ଗ୍ରାମର ଖଗେଶ୍ୱର ସୁଆଁସି ଙ୍କ ଏକ ବୋଲେରୋ ଓଡ଼ି ୧୧ ଏ ୧୦୩୭ ଗାଡିକୁ ଭଡାରେ ଲଗାଉ ଥିଲେ। ଚୋରୀଦିନ ରାତିରେ ତାଙ୍କର ଡ୍ରାଇଭର ଗାଡିକୁ ନେଇ ଚମକପୁରରେ ଥିବା ତାଙ୍କ ଘର ସମ୍ମୁଖରେ ରଖି ରାତିରେ ଶୋଇଥିଲେ। ସକାଳେ ଘର ସମ୍ମୁଖରେ ଗାଡି ନଥିବା ଦେଖି ମାଲିକକୁ ଖବର ଦେବା ପରେ ଗାଡିଚୋରୀ ନେଇ ଠାକୁରମୁଣ୍ଡା ଥାନାରେ ଗାଡି ମାଲିକ ଖଗେଶ୍ୱର ସୁଆଁସି ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଠାକୁରମୁଣ୍ଡା ଥାନା ପୋଲିସ ଘଟଣାର ଅନୁସନ୍ଧାନ କରି ରାସ୍ତାରେ ଲାଗିଥିବା ସି ସି ଟିଭି ଯାଞ୍ଚ ପରେ ଚୋରୀ ସମ୍ପର୍କରେ ସନ୍ଧାନ ପାଇଥିଲେ।

ଏହି ଘଟଣାରେ ସଂପୂର୍କ୍ତ ମନୋରଞ୍ଜନ ନାମକ ଜଣେ ଯୁବକକୁ ପ୍ରଥମେ ଧରି ଥାନାରେ ଅଟକ ରଖି ପଚରାଉଚରା କରିବାରୁ ତାଙ୍କ ନିକଟରୁ ସୂଚନାପାଇ ଚୋରୀ ବୋଲେରୋକୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଗ୍ରାମର ଜୈନେକ ବ୍ୟକ୍ତିଙ୍କ ଘରେ ଲୁଚାଇ ରଖିଥିବା ଗାଡିକୁ ଉଦ୍ଧାର କରିଥିଲେ।ପରେ ଘଟଣାରେ ସଂପୃକ୍ତ ଅନ୍ୟ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ।ଗିରଫ ପରେ ସେମାନେ ଚୋରି ସମୟରେ ବ୍ୟବହାର କରି ଛାଡି ପଳାଇ ଯାଇଥିବା ଏକ ବାଇକ ନମ୍ବର ଓଆର ୦୧ ଆର ୧୫୬୩କୁ ଠାକୁରମୁଣ୍ଡା ନିକଟ କାଳିଆଜିଆଣି ଗ୍ରାମରୁ ଜବତ କରିଛି ପୋଲିସ । ଏନେଇ ଥାନାରେ ୨୨/୨୦୨୩ ନମ୍ବରରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଗିରଫ ୪ ଜଣଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଚୋରୀ ମାମଲା ରହିଥିବା ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜାଣିବାକୁ ମିଳିଛି। ତେବେ ବୋଲେରୋ ଚୋରି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ଠାକୁରମୁଣ୍ଡା ଥାନା ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking