31.1 C
Bhubaneswar
Tuesday, July 2, 2024
Homeଅପରାଧଆଖିବୁଜା ଗୁଳି ଚଳାଇଲା ୧୪ ବର୍ଷର ବାଳକ, ୩ ମୃତ ଏବଂ ଅନେକ ଆହତ

ଆଖିବୁଜା ଗୁଳି ଚଳାଇଲା ୧୪ ବର୍ଷର ବାଳକ, ୩ ମୃତ ଏବଂ ଅନେକ ଆହତ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ବ୍ୟାଙ୍କଙ୍କରେ ଥିବା ଏକ ମଲରେ ଗୁଳିମାଡ ହୋଇଛି । ୧୪ ବର୍ଷର ନାବାଳକ ଏହି ଗୁଳିମାଡ କରିଛି । ଗୁଳିକାଣ୍ଡ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଅଭିଯୁକ୍ତ ବାଳକକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ପଚରାଉଚରା କରାଯାଉଥିବା ନେଇ ବ୍ୟାଙ୍କକ୍ ପୋଲିସ ଫେସବୁକ୍‌ରେ ସୂଚନା ଦେଇଛି ।
ଏହା ସହ ଅଭିଯୁକ୍ତକୁ ପୋଲିସ କାବୁ କରିଥିବା ସମୟର ଏକ ପୋଷ୍ଟ ମଧ୍ୟ ସେୟାର କରାଯାଇଛି । ଯେଉଁଥିରେ ବାଳକଟି ଟି-ଶାର୍ଟ ଏବଂ ଟୋପି ପିନ୍ଧିଥିବା ଦେଖିବାକୁ ମିଳିଛି । ସେପଟେ ବ୍ୟାଙ୍କକର ସିୟାମ୍ ପାରାଗନ୍ ମଲ୍‌ରେ ହୋଇଥିବା ଗୁଳିକାଣ୍ଡ ପାଇଁ ଦୁଃଖ ପ୍ରକାଶ କରିବା ସହ ପୋଲିସକୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରେଟ୍ଟା ଥବସିନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking