27.1 C
Bhubaneswar
Saturday, October 19, 2024
Homeଖେଳଥାଇଲାଣ୍ଡ୍ ଓପନ୍‌: ସେମିରେ ହାରିଲେ ଲକ୍ଷ୍ୟ

ଥାଇଲାଣ୍ଡ୍ ଓପନ୍‌: ସେମିରେ ହାରିଲେ ଲକ୍ଷ୍ୟ

ବ୍ୟାଙ୍କକ୍ : ଚଳିତ ଥାଇଲାଣ୍ଡ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରେ ଶନିବାର ଭାରତର ଉଦୀୟମାନ ଶଟଲର୍ ଲକ୍ଷ୍ୟ ସେନ୍ ପରାସ୍ତ ହୋଇଛନ୍ତତି । ଥାଇଲାଣ୍ଡ୍‌ର ଦ୍ୱିତୀୟ ସିଡ୍ ଖେଳାଳି କୁନ୍‌ଲାଭୁଟ୍ ଭିଟିସାର୍ନଙ୍କ ବିପକ୍ଷରେ ଲକ୍ଷ୍ୟ ତାଙ୍କର ଉତ୍ତମ ପ୍ରଦର୍ଶନକୁ ଦୋହରାଇବାରେ ବିଫଳ ହେବାରୁ ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି । ମ୍ୟାଚ୍‌ର ପ୍ରଥମ ଗେମ୍‌ରେ ୨୧ ବର୍ଷୀୟ ଆଲମୋଡା ନିବାସୀ ଲକ୍ଷ୍ୟ ବିଜୟୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇଟି ଗେମ୍‌ରେ ଭିଟିସାର୍ନ ଚମତ୍କାର ପ୍ରତ୍ୟାବର୍ତ୍ତନ ପୂର୍ବକ ମ୍ୟାଚ୍‌କୁ ୧୩-୨୧, ୨୧-୧୭,୨୧-୧୩ରେ ଜିତି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ଟି ଏକ ଘଣ୍ଟା ୧୫ ମିନିଟ୍ ଧରି ଚାଲିଥିଲା ।

ଏଥିସହ ଚଳିତ ସିଜନ୍‌ରେ ପ୍ରଥମ ଥଇ ପାଇଁ କୌଣସି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଲକ୍ଷ୍ୟ ଟାଇଟଲ୍‌ଠାରୁ ବେଶ୍ ଦୂରରେ ରହିଯାଇଛନ୍ତି । ଏହା ପୂର୍ବରୁ ଲକ୍ଷ୍ୟ ଇଣ୍ଡୋନେସିଆ ମାଷ୍ଟର୍ସରେ କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିଥିଲେ । ଚଳିତ ବର୍ଷ ନିଜର ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନ ଥିବାରୁ ଅନ୍ତର୍ଜାତୀୟ ର‌୍ୟାଙ୍କିଙ୍ଗ୍‌ରେ ଲକ୍ଷ୍ୟ କ୍ୟାରିଅର୍ ଶ୍ରେଷ୍ଠ ଷଷ୍ଠ ସ୍ଥାନରୁ ୨୩ତମ ସ୍ଥାନକୁ ଖସିଯାଇଥିଲେ । ସେମିଫାଇନାଲ୍ ମୁକାବିଲାଟି ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରାରମ୍ଭରୁ ଉଭୟ ଖେଳାଳି ପରସ୍ପରକୁ ବେଶ୍ ଟକ୍କର ଦେଇଥିଲେ ।

ଏହି ଗେମ୍‌ରେ ବ୍ରେକ୍ ବେଳକୁ ଲକ୍ଷ୍ୟ ୧୧-୬ରେ ଆଗୁଆ ରହିଥିଲେ । କିନ୍ତୁ ବ୍ରେକ୍ ପରେ ଭିଟିସାର୍ନ କ୍ରମାଗତ ୪ ପଏଣ୍ଟ୍ ହାସଲ କରି ସ୍ଥିତିକୁ ୧୦-୧୧ରେ ପହଞ୍ଚାଇଥିଲେ । ତେବେ ଲକ୍ଷ୍ୟ ଉପଯୁକ୍ତ ସମୟରେ ପଏଣ୍ଟ୍ ହାସଲ କରି ୫ ପଏଣ୍ଟ୍‌ରେ ଆଗୁଆ ରହିବା ସହ ମ୍ୟାଚ୍‌ରେ ୧-୦ରେ ଅଗ୍ରଣୀ ଲାଭ କରିଥିଲେ । ଦ୍ୱିତୀୟ ଗେମ୍‌ରେ ୧୨-୧୦ରେ ଆଗୁଆ ରହି ପ୍ରଥମ ଥର ପାଇଁ ମ୍ୟାଚ୍‌ରେ ଲକ୍ଷ୍ୟଙ୍କୁ ଭିଟିସାର୍ନ ପଛରେ ପକାଇପାରିଥିଲେ ।

ଲକ୍ଷ୍ୟ ଲଢ଼ୁଆ ମନୋଭାବ ଦେଖାଇଥିଲେ ମଧ୍ୟ ଭିଟିସାର୍ନ କ୍ରମାଗତ ୪ ପଏଣ୍ଟ୍ ହାସଲ କରି ମ୍ୟାଚ୍‌କୁ ନିର୍ଣ୍ଣାୟକ ଗେମ୍‌କୁ ନେଇଥିଲେ । ଅନ୍ତିମ ଗେମ୍‌ରେ ପ୍ରାରମ୍ଭରୁ ଥାଇ ପ୍ରତିଯୋଗୀ ୫-୨ରେ ଆଗୁଆ ରହିଥିଲେ । ଏହି ଗେମ୍‌ରେ ଏକାଧିକ ବାର ଲମ୍ବା ର‌୍ୟାଲି ଦେଖିବାକୁ ମିଳିଥିଲା । ଏଥିରେ ଲକ୍ଷ୍ୟ ଥକିପଡ଼ିବାରୁ ଭିଟିସାର୍ନ ୧୮-୨୧ରେ ଆଗୁଆ ରହିବା ସହ ବେଶ୍ ସହଜରେ ଗେମ୍ ଓ ମ୍ୟାଚ୍‌ର ଫଳାଫଳକୁ ନିଜ ସପକ୍ଷରେ କରିନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking