26.1 C
Bhubaneswar
Tuesday, October 22, 2024
Homeଖେଳଥାଇଲାଣ୍ଡ୍ ମାଷ୍ଟର୍ସ: ମଞ୍ଜୁନାଥ, ତ୍ରୀଷା-ଗାୟତ୍ରୀଙ୍କ ବିଦାୟ; ସେମିଫାଇନାଲ୍‌ରେ ଅଶ୍ମିତା ଚଲିହା

ଥାଇଲାଣ୍ଡ୍ ମାଷ୍ଟର୍ସ: ମଞ୍ଜୁନାଥ, ତ୍ରୀଷା-ଗାୟତ୍ରୀଙ୍କ ବିଦାୟ; ସେମିଫାଇନାଲ୍‌ରେ ଅଶ୍ମିତା ଚଲିହା

ବ୍ୟାଙ୍କକ: ଭାରତୀୟ ଶଟ୍‌ଲର୍ ଅଶ୍ମିତା ଚଲିହା ଚମତ୍କାର ପ୍ରଦର୍ଶନ ସହ ଇଣ୍ଡୋନେସିଆର ଇଷ୍ଟର୍ ନୁରୁମି ୱାର୍‌ଦୋୟୋଙ୍କୁ ହରାଇ ଶୁକ୍ରବାର ଥାଇଲାଣ୍ଡ ମାଷ୍ଟର୍ସର ମହିଳା ସିଙ୍ଗଲ୍ସ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ତେବେ ମିଥୁନ୍ ମଞ୍ଜୁନାଥ ଏବଂ ତ୍ରୀଷା ଜଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ମହିଳା ଯୋଡ଼ି ଯଥାକ୍ରମେ ପୁରୁଷ ସିଙ୍ଗଲ୍ସ ଓ ମହିଳା ଡବଲ୍ସ କ୍ୱାର୍ଟର୍ ଫାଇନାଲ୍‌ରେ ହାରି ସୁପର୍ ୩୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରୁ ବିଦାୟ ନେଇଛନ୍ତି । କ୍ୱାଲିଫିକେସନ୍‌ରୁ ମୁଖ୍ୟ ଡ୍ର’ରେ ପ୍ରବେଶ କରିଥିବା ବିଶ୍ୱ ନଂ.୬୧ ଚଲିହା ୫୭ ମିନିଟ୍‌ର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ୪୪ତମ ର‌୍ୟାଙ୍କ୍‌ର ୱାର୍‌ଦୋୟୋଙ୍କୁ ୨୧-୧୪, ୧୯-୨୧, ୨୧-୧୩ରେ ହରାଇ ଦେଇଛନ୍ତି ।

ଏହା ସହିତ ୨୪ ବର୍ଷୀୟା ଚଲିହା ଏକମାତ୍ର ଭାରତୀୟ ଭାବେ ଟୁର୍ଣ୍ଣାମେଣ୍ଟ୍‌ରେ ଅଭିଯାନ ଜାରୀ ରଖିଛନ୍ତି । ସେମିଫାଇନାଲ୍‌ରେ ସେ ଚତୁର୍ଥ ସିଡ୍ ଥାଇଲାଣ୍ଡର ସୁପାନିଦା କାତେଥୋଙ୍ଗ୍ କିମ୍ବା ଚୀନା ତାଇପେଇର ୱେନ୍ ଚି ସୁ’ଙ୍କୁ ଭେଟିବେ । ଆଜି ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍‌ରେ ଜାତୀୟ ଚାମ୍ପିଅନ୍ ତଥା ବିଶ୍ୱ ନଂ୬୩ ମଞ୍ଜୁନାଥ ନେଦରଲାଣ୍ଡ୍‌ସର ମାର୍କ କାଲଜୋଉଙ୍କ ଠାରୁ ୧୯-୨୧, ୧୫-୨୧ରେ ହାରି ବିଦାୟ ନେଇଛନ୍ତି । ସେହିପରି ମହିଳା ଡବଲ୍ସ ଅନ୍ତିମ -୮ରେ ଷଷ୍ଠ ସିଡ୍ ତ୍ରୀଷା ଓ ଗାୟତ୍ରୀଙ୍କ ଭାରତୀୟ ଯୋଡ଼ିକୁ ଚତୁର୍ଥ ସିଡ୍ ଇଣ୍ଡୋନେସିଆର ଫେବ୍ରିଆନା ଦ୍ୱିପୁଜି କୁସୁମା ଏବଂ ଆମଲିଆ ଚାହାୟା ପ୍ରତିୱି ୧୨-୨୧, ୨୧-୧୭, ୨୧-୨୩ରେ ପରାଜିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking