20.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶୟୁପିରେ ନୂଆ ଠିକଣା କରିବାକୁ ଆତଙ୍କୀଙ୍କ ଯୋଜନା

ୟୁପିରେ ନୂଆ ଠିକଣା କରିବାକୁ ଆତଙ୍କୀଙ୍କ ଯୋଜନା

ନୂଆଦିଲ୍ଲୀ: ୟୁପିରେ ନୂଆ ଠିକଣା କରିବାକୁ ଚାହିଁଥିଲେ ଆତଙ୍କୀ, ଦିଲ୍ଲୀ ବିସ୍ଫୋରଣ ପରେ ଜୋରଦାର କାର୍ଯ୍ୟାନୁଷ୍ଠାନ। ଲକ୍ଷ୍ନୌ – ଗୁଜରାଟ ଏଟିଏସ୍ ଦ୍ୱାରା ଗିରଫ ହୋଇଥିବା ତିନି ଜଣ ଆତଙ୍କୀର ବିପଜ୍ଜନକ ଯୋଜନା ଥିଲା। ଏହିଥର ପାକିସ୍ତାନରେ ବସିଥିବା ହ୍ୟାଣ୍ଡଲର ସାମିଲ ହେବା ସହ ଲଖିମପୁର ଖେରିର ଦୁଇ ଯୁବକଙ୍କୁ ଜାଲରେ ଫସାଇ , ଉତ୍ତରପ୍ରଦେଶକୁ ସେମାନଙ୍କ ନୂଆ ଆଡ୍ଡା କରିବାକୁ ଚାହିଁ ଥିଲେ। ଏହି କାରଣ ଥିଲା ଯେ, ଗିରଫ ସୁହେଲ ଓ ଆଜାଦ ସୈଫି ଲକ୍ଷ୍ନୌର ଅନେକ ଥର ରେକି କରିସାରି ଥିଲେ। ଦୁହେଁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ ୟୁପିର ଅନେକ ଯୁବବର୍ଗଙ୍କୁ ନିଜ ସହ ମଧ୍ୟ ଯୋଡ଼ି ନେଇଥିଲେ। ଏତେ ବିପଜ୍ଜନକ ଉଦ୍ଦେଶ୍ୟକୁ ଦେଖି ୟୁପି ଏଟିଏସ୍ ସହ ଗୁଇନ୍ଦା ଏଜେନ୍ସି ଓ ୟୁପି ପୁଲିସ ମଧ୍ୟ ଆଲର୍ଟ ହୋଇ ଯାଇଛି।

ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ପରେ ଅନେକ ରାଜ୍ୟରେ ଲଗାତାର ଚଢାଉ ହେଉଛି। ମଙ୍ଗଳବାର ଲକ୍ଷ୍ନୌରେ ମଧ୍ୟ ଜଣେ ଡାକ୍ତରଙ୍କ ଘରେ ଏଟିଏସ୍ ଓ ଜମ୍ମୁ-କାଶ୍ମୀର ପୁଲିସ ଚଢାଉ କରିଛି। ସେହି ଡାକ୍ତରଙ୍କର ସମ୍ୱନ୍ଧ ଜଣେ ମହିଳା ଡାକ୍ତରଙ୍କ ସହ (ଯିଏକି ପୂର୍ବରୁ ଲକ୍ଷ୍ନୌରୁ ଗିରଫ ହୋଇଛନ୍ତି)ଥିବାର କୁହାଯାଇଛି।ଫରିଦାବାଦରେ ଆତଙ୍କୀ ଷଡ଼ଯନ୍ତ୍ରର ଖୁଲାସା କାଶ୍ମୀରରେ ଜୈଶ୍-ଏ-ମହମ୍ମଦର ସମର୍ଥନରେ ଲାଗିଥିବା ପୋଷ୍ଟରରୁ ହୋଇଛି। ଗତ ମାସରେ ୨୭ ଅକ୍ଟୋବରରେ ଶ୍ରୀନଗରରେ ପୋଷ୍ଟର ଲଗାଯାଇ ଥିଲା। ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି, ଯେଉଁଥିରେ ଆଦିଲକୁ ପୋଷ୍ଟର ଲଗାଇବାର ଜଣାପଡ଼ି ଥିଲା।ତାକୁ ସହାରନପୁରରୁ ପୁଲିସ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking