ମୁମ୍ବାଇ: ମହାରାଷ୍ଟ୍ରର ମହାନିର୍ଦ୍ଦେଶକ ପୁଲିସ (ଡିଜିପି) ସଞ୍ଜୟ ପାଣ୍ଡେ ତାଙ୍କ ଫେସବୁକରେ ରାଜ୍ୟର ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ (ଏସଟିଏସ) ର ଦୁଇଟି ଖାଲି ପଦବୀ ପାଇଁ ଆବେଦନ କରିବାକୁ ଅପିଲ କରିଛନ୍ତି । ସେ ଆଗ୍ରହୀ ପ୍ରାର୍ଥୀଙ୍କୁ ବିଭାଗ ସହିତ ଯୋଗାଯୋଗ କରିବାକୁ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଆବେଦନ ପଠାଇବାକୁ କହିଛନ୍ତି । ତେବେ ଏହି ପୋଷ୍ଟକୁ ନେଇ ମହାରାଷ୍ଟ୍ର ଏଟିଏସ୍ ମୁଖ୍ୟ ଭିନୀତ ଅଗ୍ରୱାଲଙ୍କୁ ପଚରାଯାଇଥିଲା, ସେ ଏବାବଦରେ କିଛି କହିବାକୁ ମନା କରିଦେଇଛନ୍ତି । ଆଉ ଏହା ପରେ ଡିଜିପି ଓ ଏଟିଏସ ମୁଖ୍ୟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବାବଦରେ ଜଣାପଡିଛି । ଅଗ୍ରୱାଲ ଜଣେ ଅତିରିକ୍ତ ମହାନିର୍ଦ୍ଦେଶକ ପୁଲିସ୍ (ଏଡିଜିପି) ସ୍ତରର ଅଧିକାରୀ ହୋଇଥିବାବେଳେ ସେ ନୂଆ ଆବେଦନ ବାବଦରେ କିଛି ଜାଣିନଥିବା କହିଛନ୍ତି । ଗତ ସପ୍ତାହରେ ଡିଜିପି ପାଣ୍ଡେ ତାଙ୍କ ଫେସବୁକ ପେଜରେ ଏକ ପୋଷ୍ଟରେ କହିଛନ୍ତି ଯେ ମୁମ୍ବାଇର ଏଟିଏସରେ ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ୍ (ଏସପି)ର ଦୁଇଟି ପଦ ଖାଲି ଅଛି । ଆଗ୍ରହୀ ଅଧିକାରୀମାନେ ସିଧାସଳଖ ତାଙ୍କୁ ଯୋଗାଯୋଗ କରିପାରିବେ ବୋଲି ସେ ଉଲ୍ଲେଖ କରିଥିଲେ । ମୁମ୍ବାଇ ପୁଲିସର ଜଣେ ଅଧିକାରୀ କହିଛନ୍ତି, ଏଟିଏସ୍ ଏକ ସମ୍ମାନଜନକ ବିଭାଗ । ସମସ୍ତେ ଏଥିରେ କାମ କରିବାକୁ ଚାହାଁନ୍ତି । କୌଣସି ଆଗ୍ରହୀ ବ୍ୟକ୍ତି ତାଙ୍କ ଫେସବୁକ ଆକାଉଣ୍ଟରେ ଡିଜିଙ୍କୁ ଉତ୍ତର ଦେବେ ନାହିଁ କାରଣ ଅନ୍ୟ ଅଧିକାରୀମାନେ ମଧ୍ୟ ଏହା ବିଷୟରେ ଜାଣିବେ । ସୂଚନା ଥାଉ କି ଏଟିଏସ୍ ଏସପି ଥିବା ସୋହେଲ ଶର୍ମା ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଛନ୍ତି । ଏଟିଏସର ଅନ୍ୟ ଜଣେ ଏସପି ରାଙ୍କ ଅଧିକାରୀ ରାଜକୁମାର ସିନ୍ଦେଙ୍କୁ କିଛି ଦିନ ପୂର୍ବରୁ ଦୁର୍ନୀତି ନିବାରଣ ବ୍ୟୁରୋକୁ ବଦଳି କରାଯାଇଥିଲା । ଏହା ପରେ ଏବେ ଦୁଇଟି ପଦବୀ ଖାଲି ଅଛି ।