ଅଙ୍କାରା: ପୁଣି ସିରିଆରେ ଆତଙ୍କୀଙ୍କ ଉତ୍ପାତ । ଭୟଙ୍କର ଆତଙ୍କୀ ଆକ୍ରମଣରେ ଅତି କମରେ ୧୧ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆକ୍ରମଣ ପରେ ଅନେକ ନିଖୋଜ ଅଛନ୍ତି । କେନ୍ଦ୍ରୀୟ ସିରିଆ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ଆଇଏସଆଇଏସ ଏହି ଆକ୍ରମଣ ଘଟାଇଥିବା ସନ୍ଦେହ କରାଯାଉଛି । ଯୁଦ୍ଧ ଉପରେ ନଜର ରଖୁଥିବା ସଂସ୍ଥା ଏହି ଆକ୍ରମଣ ନେଇ ରବିବାର ସୂଚନା ଦେଇଛି । ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ହୋମ୍ସର ପୂର୍ବ ଅଞ୍ଚଳରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ପ୍ରାୟ ୭୫ ଜଣ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଆତଙ୍କୀଙ୍କ ଆକ୍ରମଣରେ ଜଣେ ମହିଳା ଏବଂ ସିରିଆ ଶାସକ ଦଳର ସଦସ୍ୟଙ୍କ ସମେତ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ରିପୋର୍ଟ ଅନୁଯାୟୀ, ଆତଙ୍କୀ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟାକୁ କମାଇ କୁହାଯାଇଛି । ଆତଙ୍କବାଦୀମାନେ ମେସିନ ବନ୍ଧୁକ ସାହାଯ୍ୟରେ ଲୋକଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ କେତେକଙ୍କ ମୃତ୍ୟୁ ହୋଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅଛନ୍ତି ।