ନୂଆଦିଲ୍ଲୀ: ୧୯୯୯ କାଠମାଣ୍ଡୁରୁ ନୂଆଦିଲ୍ଲୀ ଯାଉଥିବା ଭାରତୀୟ ବିମାନ ଆଇସି-୮୧୪ ବିମାନ ହାଇଜାକ୍ ଘଟଣା ସାମିଲ୍ରେ ଜଡ଼ିତ ୫ ଆତଙ୍କବାଦୀଙ୍କ ମଧ୍ୟରୁ ମିଷ୍ଟ୍ରୀ ଜାହୁର୍ ଇବ୍ରାହିମ୍ ଗୁଳିକାଣ୍ଡରେ ପ୍ରାଣ ହରାଇଛି । ପାକିସ୍ତାନ୍ର କରାଚୀ ଠାରେ ତାକୁ ଗୁଳି କରି ହତ୍ୟା କରାଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଜୈସ୍ ଏ ମହମ୍ମଦ ଆତଙ୍କୀ ତଥା ମୃତ ଇବ୍ରାହିମ୍ ଦୀର୍ଘ ବର୍ଷ ଧରି ଗୁପ୍ତ ପରିଚୟ ପତ୍ର ନେଇ ବଞ୍ôଚଥିଲା । ତେବେ ଦୁଇ ଦୁଇ ଥର ଏନ୍କାଉଣ୍ଟର୍ କରାଯିବା ସମୟରେ ସେ ଏଥିରେ ବର୍ତ୍ତି ଯାଇଥିଲା ବୋଲି ସୂଚନା ମିଳିଛି । ମୃତ ଇବ୍ରାହିମ୍ କରାଚୀର ଅଖ୍ତର୍ କଲୋନୀ ଠାରେ କ୍ରିସେଣ୍ଟ୍ ନାଁରେ ଏକ ଫର୍ଣ୍ଣିଚର୍ ଷ୍ଟୋର୍ ଚଳାଇବା ସହ ଜୈସ୍ ଏ ମହମ୍ମଦ ସଂଗଠନ ସହ ଜଡ଼ିତ ଥିଲା ।
ତେବେ ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଇବ୍ରାହିମ୍ର ଷ୍ଟୋର୍ ନିକଟରେ ପହଞ୍ôଚ ତାକୁ ଗୁଳିମାଡ଼ କରି ଚମ୍ପଟ ମାରିଥିଲେ । ନିକଟରେ ଲାଗିଥିବା ଏକ ସିସିଟିଭିରୁ ଏହା ସ୍ପଷ୍ଟ ହୋଇଥିବା ବେଳେ ଦୁର୍ବୃତ୍ତମାନେ ମୁଖା ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇପାରି ନାହିଁ ।