18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଆତ୍ମଘାତୀ ବିସ୍ଫୋରକଙ୍କୁ ଦେଉଥିଲେ ତାଲିମ୍‌, ତାଲିବାନ ବନାଇଦେଲା ମନ୍ତ୍ରୀ

ଆତ୍ମଘାତୀ ବିସ୍ଫୋରକଙ୍କୁ ଦେଉଥିଲେ ତାଲିମ୍‌, ତାଲିବାନ ବନାଇଦେଲା ମନ୍ତ୍ରୀ

କାବୁଲ : ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ିବାର ଘୋଷଣା କରି ଦେଇଛି । ଏହି ସରକାରରେ କିଛି ମନ୍ତ୍ରୀ ନିଜର ଅତି ବିବାଦୀୟ ପ୍ରୋଫାଇଲ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଏମିତି କିଛି ନେତା ଅଛନ୍ତି, ଯାହାଙ୍କ ଉପରେ କୋଟି କୋଟି ଟଙ୍କାର ପୁରସ୍କାର ରହିଛି । ତ ସେପଟେ କିଛି ବିଶ୍ୱ ସ୍ତରର ଆତଙ୍କବାଦୀ ଚିହ୍ନଟ ହୋଇସାରିଛନ୍ତି । ତାଲିବାନ କ୍ୟାବିନେଟ୍‌ରେ ଏମିତି ହିଁ ଜଣେ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି, ଯିଏକି ଆତ୍ମଘାତୀ ବିସ୍ଫୋରକଙ୍କୁ ପ୍ରସ୍ତୁତ କରିବା ପାଇଁ ଏକ ଟ୍ରେନିଂ ସେଣ୍ଟର ଚଲାଉଥିଲେ । ଏହି ବ୍ୟକ୍ତିଙ୍କ ନାମ ତାଜ ମୀର ଜବାଦ । ତାଲିବାନ ମିଲିଟାରୀ ସେଟ୍‌ଅପର ଜଣେ ପ୍ରମୁଖ ସଦସ୍ୟ ତାଜ ମୀରଙ୍କୁ ହିଁ କୁହାଯାଇଥାଏ । ତାଙ୍କୁ ଡେପୁଟୀ ଇଣ୍ଟେଲିଜେନ୍ସର ମୁଖ୍ୟ ରୂପେ ନିଯୁକ୍ତ କରାଯାଇଛି । ସେ ଇଣ୍ଟେଲିଜେନ୍ସ ମୁଖ୍ୟ ଅବଦୁଲ୍ ହକଙ୍କ ସହ ମିଶି କାମ କରିବେ । ତାଜ ମୀରଙ୍କୁ ନେଇ କିଛି ସୁରକ୍ଷା ଅଧିକାରୀ ଦାବି କରିଛନ୍ତି କି, ସେ ବିଗତ କିଛି ବର୍ଷରେ ଅନେକ ଡେଡ୍‌ଲୀ ସୁଇସାଇଡ୍ ଆଟାକ୍ କରେଇଛନ୍ତି ।

୨୦୧୮ରେ ଆଫଗାନିସ୍ତାନର ଇଣ୍ଟେଲିଜେନ୍ସ ଏଜେନ୍ସିର ମୁଖ୍ୟ ରହମତୁଲ୍ଲାହ ନବୀଲ ଦାବି କରିଥିଲେ ଯେ ତାଜ ମୀର ଅଲ୍‌-ହମଜା ବିଗ୍ରେଡ୍ ନାମକ ଟ୍ରେନିଂ ସେଣ୍ଟର ସଞ୍ଚାଳନ କରୁଛନ୍ତି । ଯାହାକି ଆତ୍ମଘାତୀ ବିସ୍ଫୋରକଙ୍କୁ ତାଲିମ ପ୍ରଦାନ କରିଥାଏ । ନବୀଲ ଆହୁରି କହିଥିଲେ କି, ତାଲିବାନ ବିରୋଧରେ ସହିଦ ହୋଇଥିବା ଆଫ୍‌ଗାନର ପୋଲିସ ଚିଫ୍ ଜେନେରାଲ ଅବଦୁଲ ରାଜିକଙ୍କୁ ଯେଉଁ ସୁଇସାଇଡ୍ ବମ୍ବର ମାରିଥିଲା, ତାକୁ ତାଜ ମୀରଙ୍କ ଟ୍ରେନିଂ ସେଣ୍ଟରରୁ ହିଁ ତାଲିମ ମିଳିଥିଲା । ତାଜ ମୀର ପାକିସ୍ତାନର ପେଶାୱରରେ ରହି ଜେନେରାଲ ଅବଦୁଲଙ୍କୁ ମାରିବା ପାଇଁ ମୁଲ୍ଲା ଶିରୀନ୍‌ଙ୍କ ସହ ମିଶି ଯୋଜନା ବନାଇଥିଲେ । ତାଜମୀର ସେହି ସମୟରେ ବମ୍ ସହ ପରୀକ୍ଷଣ ବେଳେ ଏକ ବିସ୍ଫୋରଣରେ ଆହତ ମଧ୍ୟ ହୋଇଥିଲେ । ଏହାପରେ ଆଇଏସ୍‌ଆଇ ତାଜ ମୀରଙ୍କୁ ପାକିସ୍ତାନୀ ପାସପୋର୍ଟ ଉପଲବ୍ଧ କରାଇ ଶ୍ରୀଲଙ୍କା ପଠାଇ ଦେବାକୁ ଚେଷ୍ଟା କରିଥିଲା । ଏହି ନେଟ୍‌ୱାର୍କ ୱାରଦାକ, ଲୋଗାର, ନାଙ୍ଗରହାର, କାପିସା, ପାକତିକା ଭଳି ଅଞ୍ଚଳରେ କେତେକ ହାଇ-ପ୍ରୋଫାଇଲ୍ ଆଟାକ୍ କରେଇଥିଲା । ଅଲ୍‌-କାୟଦା, ଲଶ୍‌କର-ଏ-ତୈବା, ଇସ୍‌ଲାମିକ ମୁଭ୍‌ମେଣ୍ଟ ଅଫ୍ ଉଜ୍‌ବେକିସ୍ତାନ, ହିଜବ-ଏ-ଇସ୍‌ଲାମୀ ଗୁଲବୁଦ୍ଦୀନ ଭଳି ସଙ୍ଗଠନ ମଧ୍ୟ ଏମିତି କିଛି ଅପରେଶନରେ ସାମିଲ ଥିଲେ, ଯାହାକୁ କାବୁଲ ଆଟାକ୍ ନେଟ୍‌ୱାର୍କ ସଞ୍ଚାଳନ କରୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking