ନୂଆଦିଲ୍ଲୀ : ଆତଙ୍କବାଦୀମାନେ ରାବକରେ ଚାବାହାର ଏବଂ ଗାର୍ଡ ମୁଖ୍ୟାଳୟକୁ କବଜା କରିବା ଲକ୍ଷ୍ୟରେ ଇରାନରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି। ଦକ୍ଷିଣ-ପୂର୍ବ ଇରାନର ସିଷ୍ଟାନ-ବାଲୁଚିସ୍ତାନ ପ୍ରଦେଶର ଦୁଇଟି ସ୍ଥାନରେ ବିପ୍ଳବୀ ଗାର୍ଡ ମୁଖ୍ୟାଳୟରେ ଏହି ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ମୋଟ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ୧୧ ଜଣ ଇରାନ ସୈନିକ ହୋଇଥିବା ବେଳେ ୧୬ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି। ଏପରିକି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଯୁଦ୍ଧ ଚାଲିଥିବା ସୂଚନା ମିଳୁଛି। ତେବେ ଏହି ଆକ୍ରମଣ ଫଳରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରାଯାଉଛି।