ଦାମାସ୍କସ୍: ଆଇସ୍ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆଫ୍ରିକୀୟ ରାଷ୍ଟ୍ର ସିରିୟାର ହାମା ସହରରେ ରବିବାର ଆକ୍ରମଣ କରାଯାଇଥିବାବେଳେ ୪୧ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ୩୬ ଜଣ ଛତୁ ତୋଳୁଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଅପରପକ୍ଷରେ ଆତଙ୍କବାଦୀମାନେ ଡେୟର ଏଜର ପ୍ରଦେଶରେ ୫ ଜଣ ମେଷପାଳକଙ୍କୁ ମଧ୍ୟ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ଗତ ଫେବୃଆରୀରୁ ଏପର୍ଯ୍ୟନ୍ତ ଆତଙ୍କୀ ହମ୍ଲାରେ ସିରିୟାରେ ୨୪୦ ଜଣଙ୍କର ମୃତ୍ୟୁ ଘଟିସାରିଲାଣି ।