ଗଞ୍ଜାମ: ବ୍ରିଜ ଉପରୁ ୨୦ ଫୁଟ ତଳକୁ ଓଲଟିଲା ଲୁହା ଛଡ଼ ବୋଝେଇ ଟ୍ରଲର । ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟିରେ ସଡ଼କ ଦୁର୍ଘଟଣା ।ସୂଚନାନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣାଟି ଘଟିଛି । ବ୍ରିଜ ଉପରୁ ୨୦ ଫୁଟ ତଳକୁ ଓଲଟି ପଡ଼ିଲା ଲୁହା ଛଡ଼ ବୋଝେଇ ଟ୍ରଲର । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ପରେ ବ୍ରହ୍ମପୁର ଏମ କେ ସି ଜିକୁ ସ୍ଥାନାନ୍ତର କରାଯାଇଛି ।ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ତେବେ ଭୁବନେଶ୍ୱରରୁ ଆସିକାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଟ୍ରଲରଟି ପଡ଼ିଥିବା ବେଳେ କ୍ରେନ ସାହାଯ୍ୟରେ ରାସ୍ତାରୁ ଟ୍ରଲର ଟିକୁ ବାହାର କରାଯାଇଛି ।









