27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଭୟଙ୍କର ସଡକ ଦୁର୍ଘଟଣା : ଚାଲିଗଲା ୮ ଜୀବନ

ଭୟଙ୍କର ସଡକ ଦୁର୍ଘଟଣା : ଚାଲିଗଲା ୮ ଜୀବନ

ଇନ୍ଦୋର : ବୁଧବାର ବିମଳ୍ୱିତ ରାତିରେ ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯେଉଁଥିରେ ୮ ଜଣଙ୍କର ଜୀବନ ଚାଲିଯାଇଛି । ଇନ୍ଦୋର-ଅହମଦାବାଦ୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ତେବେ ସୂଚନା ଅନୁଯାୟୀ, ଦ୍ରୁତଗାମୀ କାର୍ ବେଟମା ନିକଟ ରତଲାମ ପାସିଂ କାର ରୋଡରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟରୁ ଶକ୍ତ ଧକ୍କା ଦେଇଥିଲା। ଟ୍ରକ୍‌ରେ ବାଲି ଥିଲା। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧ ମଧ୍ୟ ଆହତ ହୋଇଛନ୍ତି, ଯାହାଙ୍କର ଚିକିତ୍ସା ଜାରି ରହିଛି। ଘଟଣା ପରେ ପୁଲିସ ପହଞ୍ଚି ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଇଛି । କାର୍‌ଟି ବାଙ୍କ ଟାଣ୍ଡାରୁ ଗୁନା ଯାଉଥିଲା। ଦୁର୍ଘଟଣା ପରେ ଯେଉଁ ବାହନ ସହିତ କାର୍ ଧକ୍କା ହୋଇଥିଲା, ସେଥିର ଚାଳକ ଫେରାର ହୋଇଯାଇଛନ୍ତି। ପୁଲିସ ବରିଷ୍ଠ ଅଧିକାରୀ ସହିତ ଘଟଣାସ୍ଥଳକୁ ପହଞ୍ଚିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking