ବିଶାଖାପାଟଣା : ବିଶାଖାପାଟଣା ସ୍ପେଶାଲ ଇଣ୍ଡଷ୍ଟ୍ରିଆଲ ଜୋନରେ ଭୟାଭହ ଅଗ୍ନିକାଣ୍ଡ ଘଟିଛି । ପ୍ରାୟ ୩ ଘଣ୍ଟା ଧରି ଏଠାରେ ନିଆଁ ଜଳୁଛି । ଏହି ନିଆଁରେ ଲାକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି । ଆଜି ଅପରାହ୍ନ ୧୨ ଟାରେ ବିଶାଖାପାଟଣା ସହରର ପରୱାଡ ଠାରେ ଥିବା ସ୍ପେଶାଲ ଇଣ୍ଡଷ୍ଟ୍ରିଆଲ ଜୋନରେ ଏହି ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ ତାର କଟି ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ସ୍ପେଶାଲ ଇଣ୍ଡଷ୍ଟ୍ରିଆଲ ଜୋନରେ ଥିବା ପୂଜା ଓ ସ୍କ୍ରାବ କମ୍ପାନୀରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି କମ୍ପାନୀରେ ପୁରୁଣା ବିଦ୍ୟୁତ ତାର ଟ୍ରାନ୍ସଫରର୍ମର ଗୁଡିକୁ ତିଆରି କରାଯାଇଥାଏ ।
ଏଠାରେ ଅନ୍ୟ ସମସ୍ତ କମ୍ପାନୀ ଗୁଡିକର ବିଦ୍ୟୁତ ସରଞ୍ଜାମ ସହିତ ଅନ୍ୟ ଜିନିଷ ଗୁଡିକ ଗଚ୍ଛିତ ମଧ୍ୟ ରଖାଯାଇଥାଏ । ଏଠାରେ ବହୁ ପରିମାଣରେ ଟ୍ରାନ୍ସଫରର୍ମର ତିଆରି ହେବା ପାଇଁ ତୈଳ ଥିବାରୁ, ନିଆଁ ଭୟାନକ ରୁପ ନେଇଛି । ଅଗି୍ନଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।