19.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶହାୱାଇରେ ଭୟାବହ ବନାଗ୍ନି: ୩୬ ମୃତ

ହାୱାଇରେ ଭୟାବହ ବନାଗ୍ନି: ୩୬ ମୃତ

ୱାଶିଂଟନ: ଆମେରିକାର ହାୱାଇ ଦ୍ୱୀପରେ ବୁଧବାର ସୃଷ୍ଟ ଜଙ୍ଗଲ ନିଆଁରେ ୩୬ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ଏହି ବନାଗ୍ନିରେ ସହରର ଅଧିକାଂଶ ଅଞ୍ଚଳ ପାଉଁଶରେ ପରିଣତ ହୋଇଥିବାବେଳେ ଅଗ୍ନିଶିଖାରୁ ବର୍ତ୍ତିବା ପାଇଁ ଲୋକେ ସମୁଦ୍ରକୁ ଡେଇଁପଡୁଥିବା ଲକ୍ଷ୍ୟ କରାଯାଇଛି । ବନାଗ୍ନି ପ୍ରଭାବରେ ୨୭୧ଟି ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ଜୋରରେ ପବନ ବୋହୁଥିବାରୁ ନିଆଁର ପ୍ରକୋପ କ୍ରମଶଃ ବଢିବାରେ ଲାଗିଛି । ଏଥିଯୋଗୁଁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଉପୁଜିଛି ।

ବନାଗ୍ନି ଯୋଗୁଁ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଛି । ଆକାଶରୁ ବିମାନ ପାଇଲଟ୍‌ମାନେ ଉଠାଇଥିବା ଭିଡିଓ ଚିତ୍ର ଅନୁଯାୟୀ ବନାଗ୍ନି ଯୋଗୁଁ ସହରର ଆକାଶ ସମ୍ପୂର୍ଣ୍ଣ ଧୂଆଁରେ ଆଚ୍ଛାଦିତ ହୋଇପଡିଛି । ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଫ୍ରଣ୍ଟ୍ ଷ୍ଟ୍ରୀଟ୍ ଜନଶୂନ୍ୟ ହୋଇପଡିଛି । ଅଧିକାଂଶ ଗଛ ପୋଡିଯାଇଥିବାବେଳେ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହୋଇପଡିଛି । ବିଗତ ୫୦ ବର୍ଷ ମଧ୍ୟରେ ସେମାନେ ହାୱାଇରେ ଏଭଳି ସ୍ଥିତି ଦେଖିନାହାନ୍ତି ବୋଲି ଅଧିକାଂଶ ପାଇଲଟ୍ ମତବ୍ୟକ୍ତ କରିଛନ୍ତି । ହାୱାଇ ନ ଆସିବାକୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking