28.1 C
Bhubaneswar
Monday, November 18, 2024
Homeଦେଶ ବିଦେଶକୋଟାୟମ୍ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

କୋଟାୟମ୍ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

ଥିରୁୱନନ୍ତପୁରମ : କେରଳର କୋଟାୟମରେ ଥିବା ସରକାରୀ ମେଡିକାଲ କଲେଜ୍ ଓ ହସ୍ପିଟାଲ (ଏମସିଏଚ୍‌)ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମେଡିକାଲ କଲେଜ୍ ପରିସରରେ ଏକ ବିଲ୍ଡିଂରେ ନିଆଁ ଲାଗିଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ୧୦୦ରୁ ଉର୍ଦ୍ଧ୍ୱ ରୋଗୀ ଯେଉଁମାନେ କି ଏମ୍ସିଏଚ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେମାନଙ୍କୁ ତୁରନ୍ତ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ରୋଗୀଙ୍କ ମଧ୍ୟରୁ କିଛି ବ୍ୟକ୍ତି ଗୁରୁତର ହୋଇପଡିଥିବା ସୂଚନା ମିଳିଛି । ନିଆଁ ଲାଗିବାର କିଛି ସମୟ ଭିତରେ ହିଁ ତାହା ଚାରି ଆଡେ ବ୍ୟାପିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା ।

ତେବେ ଭୟାବହତା ଅଧିକ ଥିବାରୁ ୧୦ଟି ଅଗ୍ନିଶମ ବାହିନୀ କର୍ମଚାରୀ ନାକେଦମ ହୋଇଛନ୍ତି । ପ୍ରାୟ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଛି । ଗୋଟିଏ ଅଗ୍ନିଶମ ବାହିନୀ ପକ୍ଷେ ନିଆଁ ଆୟତ କରିବା ଅସମ୍ଭବ ହୋଇପଡିଥିଲା । ଫଳରେ ଚାଙ୍ଗାନସେରୀ, ଭାଇକୋମ୍‌, ଇରାଟୁପେଟା ଏବଂ ପାମ୍ପାଡିରୁ ୯ଟି ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ୩ ଘଣ୍ଟା ଧରି ନାକେଦମ କରିବା ଆୟତ ହୋଇଛି ନିଆଁ । ଦିନ ୧୨ଟା ରେ ନିଆଁ ଲାଗିଥିବା ବେଳେ ଅପରାହ୍ନ ୩ଟା ବେଳେ ତାହାକୁ ଆୟତ କରାଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବା ବେଳେ କେହି ମୃତ୍ୟୁବରଣ କରିନାହାନ୍ତି । ସର୍ଟସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । କୋଟାୟମ ଏସପି ଓ ଟିମ୍ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking