19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲେ ଗୋଟିଏ ପରିବାରର ୭ ଜଣ

ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲେ ଗୋଟିଏ ପରିବାରର ୭ ଜଣ

ମୁମ୍ବାଇ: ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ। ଘରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୭ ଜଣ। ଏଭଳି କିଛି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଆଜି ସକାଳୁ ମୁମ୍ବାଇ ଚେମ୍ବୁର ଅଞ୍ଚଳର ସିଦ୍ଧାର୍ଥ କଲୋନୀରେ ଥିବା ଏକ ଘରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଭୋର୍‌ ସାଢ଼େ ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ଛୁଆ ମଧ୍ୟ ଅଛନ୍ତି।ଘର ତଳେ ଏକ କରାଣି ଦୋକାନ ଥିଲା ଏବଂ ଦୋକାନ ଉପରେ ୨ ମହଲା ବିଶିଷ୍ଟ ଏକ ଛୋଟ ଘର ତିଆରି ହୋଇଥିଲା। ଦୋକାନରେ ସଟ୍‌ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପରେ ନିଆଁ ପୂରା ଘରେ ବ୍ୟାପି ଯାଇଥିଲା। ନିଆଁ ଲାଗିବା ସମୟରେ ପୂରା ପରିବାର ଗୋଟିଏ ରୁମ୍‌ରେ ଶୋଇଥିଲେ। ଏମାନେ ସମସ୍ତେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking