31.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଗାଜିଆବାଦରେ ଭୟଙ୍କର ଦୁର୍ଘଟଣା, ୩ ଶିଶୁ ସମେତ ୬ ମୃତ

ଗାଜିଆବାଦରେ ଭୟଙ୍କର ଦୁର୍ଘଟଣା, ୩ ଶିଶୁ ସମେତ ୬ ମୃତ

ଗାଜିଆବାଦ: ଗାଜିଆବାଦସ୍ଥିତ ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ୱେରେ ମଙ୍ଗଳବାର ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି । ନୋଏଡାର ଏକ ଘରୋଇ ସ୍କୁଲର ବସ୍ ଏବଂ କାର୍ ମଧ୍ୟରେ ଧକ୍କାଲାଗି ଗୋିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩ ଶିଶୁ ମଧ୍ୟ ସାମିଲ । ସେହିପରି ଦୁଇଜଣ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଅଛି । ଦୁର୍ଘଟଣା ଏନ୍‌ଏଚ୍‌-୯ର କ୍ରସିଂ ରିପବ୍ଲିକ୍ ଅଞ୍ଚଳରେ ସକାଳ ପ୍ରାୟ ୭ଟା ବେଳେ ହୋଇଛି । ମିରଟ ଥାନା ଇଞ୍ଚୌଲି ଅନ୍ତର୍ଗତ ଧନପୁର ଗାଁର ଏକ ପରିବାର କାର୍‌ରେ ଖାଟୁଶ୍ୟାମ ଦର୍ଶନ କରିବାକୁ ଯାଉଥିଲେ । କାର୍‌ରେ ୪ ଶିଶୁ ମଧ୍ୟ ଥିଲେ । ଏହି ସମୟରେ ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ୱେର ବିଜୟନଗର ଫ୍ଲାଇଓଭର ଉପରେ କାର୍‌କୁ ରଙ୍ଗ୍ ସାଇଡ୍‌ରେ ଆସୁଥିôବା ସ୍କୁଲ୍ ବସ୍ ଧକ୍କା ଦେଇଥିଲା । ଫଳରେ କାର୍ ଭିତରେ ଯାତ୍ରୀମାନେ ଫସିଯାଇଥିଲେ । ପୁଲିସ କୌଣସି ପ୍ରକାରେ ସେମାନଙ୍କୁ ବାହାର କରି ହସ୍ପିଟାଲ୍ ପଠାଇଥିଲା । ସୌଭାଗ୍ୟକ୍ରମେ ଦୁର୍ଘଟଣା ବେଳେ ସ୍କୁଲ୍ ବସ୍‌ରେ କୌଣସି ଛାତ୍ରଛାତ୍ରୀ ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking